ବରୀ, ୧୨ ସେପ୍ଟେମ୍ବର) – ଯାଜପୁର ଜିଲା ବରୀ-ରାମଚନ୍ଦ୍ରପୁର ଥାନା ଅଂଚଳରେ ଅଘଟଣ ଘଟିଛି । ଆଜି ସକାଳ ୧୦ଟା ସମୟରେ ବରୀ-ରାମଚନ୍ଦ୍ରପୁର ଥାନା ଅଧିନରେ ଥିବା ତିନି ମୁହାଣୀ ନିକଟରେ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ । ନଦୀ ଗର୍ଭକୁ ଡେଇଁବା ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ବହୁ ସମୟ ଖୋଜାଖୋଜି ପରେ ଅପରାହ୍ନରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ଯାଜପୁର ବ୍ଲକ ଝାଲପଡା ପଂଚାୟତସ୍ଥ କାକୁଡିକୁଦ ଗ୍ରାମର ପଦ୍ମନାଭ ଦାସଙ୍କ ପୁଅ ସୌମ୍ୟ ରଂଜନ(୧୯) ବୋଲି ଜଣାପଡିଛି । ସେ ତାଙ୍କ ମାମୁଁ ଘର ଧାରପୁରରେ ରହି ଆସୁଥିଲେ । ତେବେ ଆଜି ସେ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଡେଇଁ ପଡିଥିଲେ । କେଉଁ କରଣରୁ କେଉଁ ପରିସ୍ଥିତରେ ନଦୀ ଭିତରକୁ ଡେଇଁଲେ ତାହାକୁ ନେଇ ଅଂଚଳରେ ସନ୍ଦେହ ପ୍ରକାଶ ପାଇଛି ।
ସୂଚନା ମୁତାବକ ସୌମ୍ୟ ବରୀ ବ୍ଲକ ଧାରପୁର ମାମୁଁ ଘରେ ରହିଥିଲେ । ତେବେ ସେ ଆଜି ପାଖାପାଖି ସକାଳ ୧୦ଟା ସମୟରେ ବ୍ରାହ୍ମଣୀ ନଦୀ ତିନି ମୁହାଣୀ ଠାରେ ଥିବା ପୋଲ ଉପରୁ ନଦୀ ଗର୍ଭକୁ ଡେଇଁ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ । ଏହାକୁ ଦେଖି ବରୀ-ରାମଚନ୍ଦ୍ରପୁର ଥାନା ସହ ନିକଟରେ ଥିବା ଗ୍ରାମବାସୀଙ୍କୁ ଜଣାଇଥିଲେ । ଖବର ପାଇଁ ବରୀ ପୋଲିସ ଓ ବରୀ ଅଗ୍ନଶମ ବିଭାଗ ଘଟଣାସ୍ଥଳରେ ପଂହଚି ବହୁ ସମୟ ଧରି ଖୋଜାଖୋଜି ତାଙ୍କ ସନ୍ଧାନ ପାଇ ନ ଥିଲେ । ପରେ ଘଟଣାସ୍ଥଳରେ ଓଡ୍ରାଫ ଟିମ୍ ପଂହଚି ଖୋଜାଖୋଜି ପରେ ଅବରାହ୍ନରେ ମୃତ ଦେହକୁ ଉଦ୍ଧାର କରିଥିଲେ । ପୋଲିସ କେସ୍ ନଂ ୨୫/୨୩ରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି