ଲକ୍ଷ୍ନୌ : ଦେଶର ଫୁଡ ବାସ୍କେଟ ଭାବରେ ନିଜର ପରିଚୟକୁ ମଜବୁତ କରୁଥିବା ଉତ୍ତରପ୍ରଦେଶ ବର୍ତ୍ତମାନ କେବଳ ଖାଦ୍ୟ ଶସ୍ୟ ଉତ୍ପାଦନ ପାଇଁ ନୁହେଁ ବରଂ ଏହାର ବିକ୍ରୟ ପାଇଁ ମଧ୍ୟ ବ୍ୟାପକ ପଦକ୍ଷେପ ନେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟ ଅନୁଯାୟୀ ୟୁପିରେ ଯୋଗୀ ସରକାର ଏବେ ଲଗାତର ଭାବେ ଶସ୍ୟ ତଥା ଶ୍ରୀଅନ୍ନ (ମିଲେଟସ) ବ୍ୟବହାରକୁ ପ୍ରୋତ୍ସାହିତ କରିବା ଦିଗରେ ନିରନ୍ତର ପ୍ରୟାସ କରୁଛି ।
ଏହି କ୍ରମରେ ଯୋଗୀ ସରକାର 2023 ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଶ୍ରୀଅନ୍ନ କ୍ରୟ ଲକ୍ଷ୍ୟକୁ ବୃଦ୍ଧି କରି 5.82 ଲକ୍ଷ ମେଟ୍ରିକ ଟନ କରିଛନ୍ତି । ଏହି ଯୋଜନାରେ ସର୍ବାଧିକ 5ଲକ୍ଷ ମେଟ୍ରିକ ଟନ ବାଜରା କ୍ରୟ କରାଯିବ । 30ହଜାର ଟନ ଯଅ, 50ହଜାର ଟନ ମକ୍କା ଓ 2ହଜାର ଟନ କୋଦୋ କିଣାଯିବ । ଶ୍ରୀଅନ୍ନ ବିକ୍ରୟ ନିମନ୍ତେ ଅନଲାଇନରେ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ ହୋଇଛି । ଏବେ ସୁଦ୍ଧା 929ଜଣ ଚାଷୀ ପଞ୍ଜିକରଣ କରାଇଛନ୍ତି ।