ଲକ୍ଷ୍ନୌ : ଆଜି ହେଉଛି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପୁଣ୍ୟତିଥି । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଯୋଗୀ ଲେଖିଛନ୍ତି ଯେ, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ।
ଏଠାରେ ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟିର ସଂସ୍ଥାପକ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ପଦ୍ମ ବିଭୂଷଣ ମୁଲାୟମ ସିଂ ଯାଦବଙ୍କର ଆଜି ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ।