
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଠାରୁ ଆରମ୍ଭ ହେଉଥିବା ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସହଭାଗୀ ହେବାକୁ ଆହ୍ୱାନ ଜଣାଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି, ଭାରତର ଏକତା, ଅଖଂଡତା, ଶକ୍ତି ସାମର୍ଥ୍ୟ ଓ ସଂପ୍ରଭୁତାର ପ୍ରତିବିମ୍ବ ରାଷ୍ଟ୍ରୀୟ ଧ୍ୱଜ ତ୍ରିରଙ୍ଗା ସମସ୍ତ ଭାରତୀୟଙ୍କ ଆଶା ଓ ଆକାଂକ୍ଷାର ଗୌରବଶାଳୀ ପ୍ରତୀକ । ଆକାଶରେ ଉଡୁଥିବା ତ୍ରିରଙ୍ଗା ଆମ ହୃଦୟରେ ରାଷ୍ଟ୍ରୀୟ ଗୌରବର ଭାବନା ଜାଗ୍ରତ କରିବା ସହ ଆମର ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଅମର ବଳିଦାନୀ ମାନଙ୍କର ପବିତ୍ର ସ୍ମରଣ ମଧ୍ୟ କରାଇଥାଏ ।
ତେଣୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ହର ଘର ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହେବା ସହ ସେମାନଙ୍କର ସେଲଫିକୁ ://harghartiranga.comରେ ଅପଲୋଡ କରିବାକୁ ସେ ଅପିଲ କରିଛନ୍ତି ।