ରାଞ୍ଚି : ରାଞ୍ଚିରେ ଅଘଟଣ । ରାଞ୍ଚିଠାରୁ 70 କିଲୋମିଟର ଦୂରରେ ଥିବା ସିଲି ବ୍ଲକର ମୁରୀଓପି ଅଞ୍ଚଳରେ କୂଅରେ ମାଟି ଧସିବା ଯୋଗୁ ୫ଜଣଙ୍କର ମୃତ୍ୟୁ ହୋଇଛି । ଏହି କୂଅରେ ଏକ ଷଣ୍ଢ ପଡିଯାଇଥିବା ବେଳେ ଷଣ୍ଢକୁ ଉଦ୍ଧାର କରିବା ପାଇଁ 7ଜଣ ଲୋକ କୂଅ ଭିତରକୁ ପଶିଥିଲେ । ତେବେ ଏମାନଙ୍କର ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି 2ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରିଦିଆଯାଇଛି ।
ସୂଚନା ଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ ସିଲା ବ୍ଲକ ଅନ୍ତର୍ଗତ ମୁରୀଓପିର ପିସ୍କା ଗାଁରେ ଏଭଳି ଘଟଣା ଘଟିଛି । ଏକ ଷଣ୍ଢ କୂଅ ଭିତରେ ପଡିଯିବା ପରେ ତାକୁ ବାହାର କରିବା ପାଇଁ 4ଜଣ ଲୋକ କୂଅ ଭିତରେ ପଶିଥିଲେ । ଆଉ ବାହାରେ 3ଜଣ ରଶି ସାହାଯ୍ୟରେ ବାହାର କରିବାକୁ ଉଦ୍ୟମ କରୁଥିଲେ । ତେବେ ବର୍ଷା ଯୋଗୁ ମାଟି ନରମ ହୋଇ ଧସିଯାଇଥିଲା । ଫଳରେ ଏହି ଅଘଟଣ ଘଟିଥିଲା । 7ଜଣ ଯାକ ଏଥିରେ ଫସିଯାଇଥିଲେ । ଏମାନଙ୍କ ମଧ୍ୟରୁ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା । ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।