ଭୁବନେଶ୍ୱର : ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ, ଓଡ଼ିଶା ଫାର୍ମାସୀ କଲେଜ ଆସୋସିଏସନ, ମାଇକ୍ରୋ ଲାବ ଆନୁକୂଲ୍ୟରେ ସୋମବାର ଦିନ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ୨୦୦ରୁ ଉର୍ଦ୍ଧ୍ୱ ଫାର୍ମାସିଷ୍ଟ ୟୁସିଡିଏ ଅଫିସ୍ ଅଟଳ ଭବନରୁ ଏକ ବିଶାଳ ପଦଯାତ୍ରାରେ ବାହାରି ରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ସମାଜ ପ୍ରତି ଫାର୍ମାସିଷ୍ଟ ମାନଙ୍କ କର୍ତବ୍ୟ ପରାୟଣ ଓ ଅବଦାନକୁ ସର୍ବସମ୍ମୁଖରେ ଅବଗତ କରାଇବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ୟୁସିଡ଼ିଏର ସଭାପତି ତଥା ଓପିସିଏର ଚେୟାରମ୍ୟାନ ପି. ସତ୍ୟନାରାୟଣ ବକ୍ତବ୍ୟ ରଖିଥିଲେ । ଏହି ପଦଯାତ୍ରାକୁ ଭେଷଜ ନିୟନ୍ତ୍ରକ ଓଡ଼ିଶା ଅଶୋକ କୁମାର ପାତ୍ର ଶୁଭାରମ୍ଭ କରି କହିଥିଲେ ଯେ, ଫାର୍ମାସିଷ୍ଟ ବିନା ଚିକିତ୍ସା ପ୍ରଣାଳୀ ପକ୍ଷପାତ ସଦୃଶ । ଔଷଧ ପ୍ରକ୍ରିୟାକରଣ ଠାରୁ ଆରମ୍ଭ କରି ବିତରଣ ପର୍ଯ୍ୟନ୍ତ ଫାର୍ମାସିଷ୍ଟ ମାନଙ୍କ ଅବଦାନ ଅତୁଳନୀୟ ।
କାର୍ଯ୍ୟକ୍ରମରେ ୟୁସିଡ଼ିଏର ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ,ଓପିସିଏର ସମ୍ପାଦକ ଡ. ମନୋଜ କୁମାର ଦାସ, ମାଇକ୍ରୋ ଲାବର ଉପସଭାପତି ସନ୍ତୋଷ କୁମାର ସଢଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ପାଖାପାଖି ୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଡ଼ାଇବେଟିସ, ଲିପିଡ଼ ପ୍ରୋଫାଇଲ, ଏଚ୍ବିଏୱାନସି ରକ୍ତ ପରୀକ୍ଷା କରାଯାଇଥିଲା ।