ନୂଆଦିଲ୍ଲୀ, ଅକ୍ଟୋବର 20 : ଭାରତୀୟ କ୍ରିକେଟ୍ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅକ୍ଟୋବର 22 ରେ ଧରମସାଳାରେ ଅନୁଷ୍ଠିତ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱକପ ମ୍ୟାଚରୁ ବାଦ୍ ପଡିଛନ୍ତି । ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ ବେଳେ ନିଜ ବୋଲିଂ ସମୟରେ ହାର୍ଦ୍ଦିକଙ୍କ ବାମ ଗୋଡରେ ଆଘାତ ଲାଗିଥିଲା।
ଆଘାତ ଲାଗିବା ପରେ ହାର୍ଦ୍ଦିକଙ୍କୁ ସ୍କାନ ପାଇଁ ନିଆଯାଇଥିଲା ଏବଂ ପରେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି ବୋଲି କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଶୁକ୍ରବାର ଦିନ ଏକ ସରକାରୀ ବିବୃତ୍ତିରେ କହିଛି। ସେ ବିସିସିଆଇ ମେଡିକାଲ ଦଳର ନିରନ୍ତର ନଜରରେ ରହିବେ । ଅକ୍ଟୋବର 20 ରେ ଦଳ ସହିତ ସେ ଧରମଶାଳାକୁ ଯିବେ ନାହିଁ ବରଂ ଲକ୍ଷ୍ନରେ ସିଧାସଳଖ ଦଳରେ ଯୋଗଦେବେ ଯେଉଁଠାରେ ଭାରତ ଇଂଲଣ୍ଡ ବିପକ୍ଷରେ ଖେଳିବ।