କେନ୍ଦ୍ରାପଡା:କେନ୍ଦ୍ରାପଡା ପୈାରାଂଚଳର କଜଳାରେ ରହୁଥିବା ଅବସର ପ୍ରାପ୍ତ ଶିକ୍ଷକ ବିପିନ ବିହାରୀ ଶତପଥୀଙ୍କ ପତ୍ନୀ ଧରିତ୍ରୀ ଶତପଥୀ ତାଙ୍କ ବଡପୁଅ ବିଭୁପାତ୍ରଙ୍କ ଜନ୍ମଦିନ ରେ ନିଜ ଶରୀର ଦାନ ପାଇଁ ଚୁକ୍ତିପତ୍ରରେ ସ୍ୱାକ୍ଷର କରିଛନ୍ତି । ଜିଲ୍ଲାରେ ଶରୀର ଦାନ ଅଭିଯାନକୁ ସଫଳ କରି ୧୦୦ ସଂଖ୍ୟକ ଶରୀର ଦାନ ପାଇଁ ଉତ୍ସାହ ସୃଷ୍ଟି କରିଥିବା ଜଗନ୍ନାଥ ଚାରି ଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ସନ୍ତୋଷ ବେହେରା, ବିଜୟ କୁମାର ପରିଡା ଓ ବିପିନ ବିହାରୀ ଶତପଥୀ ପ୍ରମୁଖ ଧରିତ୍ରୀଙ୍କ ଘରକୁ ଯାଇ ଚୁକ୍ତିପତ୍ର ଗ୍ରହଣ କରି ତାଙ୍କର ଏହି ମହନୀୟ କାର୍ଯ୍ୟପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ।