ସୁବ୍ରତ ଦାଶ
ପାଳଲହଡା:ଅନଗୁଳ ଜିଲ୍ଲା ପାଲଲହଡା ବ୍ଲକରେ ଅଭାବନିୟ ଘଟଣା । ଗୋଟିଏ ପଟେ ମୋ ସରକାର ବା ରାଜ୍ୟ ସରକାର ମାତୃ ମୃତ୍ୟୁ ହାରକୁ ରୋକିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାରୀ ସ୍ତରରେ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ପାଲଲହଡାଭଳି ଉପାନ୍ତ ଅଂଚଳରେ ସରକାରଙ୍କର ଏହି ଜନହିତ କାରୀ ଯୋଜନା ବୋଧହୁଏ ପହଂଚିବାରେ ବିଫଳ ବୋଲି ଅନୁମାନ କରା ଯାଉଛି, ଲାଗୁଚି ସରକାରଙ୍କର ଏହି ଯୋଜନା କେବଳ ଲଟକି ରହିଛି ସେହି ସରକାରୀ କାନ୍ଥରେ l ଏଠି ସରକାରଙ୍କର ଵିଧି ବ୍ୟବସ୍ଥା ବା ପରିବା ପଣିଆ ଉପରେ ପ୍ରଶ୍ନବାଚୀ ଶୃଷ୍ଟି ହଉଛି l
ପାଲଲହଡା ଉପଖଣ୍ଡ ଚିକତ୍ସାଳୟ ଉପରେ ଆଖ ପାଖ ଅଂଚଳର ପଚାଶ ହଜାରରୁ ଉର୍ଦ୍ଧ ଲୋକ ସର୍ବଦା ନିର୍ଭାରସିଳ । ତେବେ ଏହା ସତ୍ତ୍ବେ ଡାକ୍ତର ଖାନାରେ ଆବଶ୍ୟକ ଡାକ୍ତର ନ ଥିବାରୁ ଅନେକ ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହଉଛନ୍ତି l ଏପରକି ସମୟେ ସମୟେ ଚିକତ୍ସା ଅବ ହେଳା ରୁ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥିବାର ନଜିର ମଧ୍ୟ ରହିଛି, ଯାହା ଆଜିର ଘଟଣାରେ ଜଣେ ସୁସ୍ଥ ସବଳ ପ୍ରସୂତି ମାଆ ଡାକ୍ତର ଖାନା ବେଡ଼ରେ ଛଟପଟ ହୋଇ ଜୀବନ ଯିବା ଏକ ସୁସ୍ଥ ମାନସିକକୁ ଦୋହଳାଇ ଦେଇଛି l
ପାଲଲହଡା ବ୍ଲକ ସାଇଡା ପଂଚାୟତର 11 ନମ୍ବର ୱାର୍ଡର ମହିଳା ୱାର୍ଡ ମେମ୍ବର ଅମୃତା ମଣି ବଦ୍ରାଙ୍କ କଥା, ତାଙ୍କ (ବୟସ 28) ସ୍ୱାମୀ କ୍ରିଷ୍ଣା ବଦ୍ରା , ଶ୍ରୀମତୀ ବଦ୍ରାଙ୍କର ପୂର୍ବରୁ ଏକ ଶିଶୁ କନ୍ୟା ଥିବା ବେଳେ ସେ ଏବେ ଆଠ ମାସର ଗର୍ଭ ବତୀ ଥିଲେ । ସେ ଅଦବାସୀ ମହିଳା ହୋଇ ଥିଲେ ସୁଦ୍ଧା ଜଣେ କାର୍ତ୍ତିବ୍ୟ ନିଷ୍ଠ ଓ ସେ ସାଇଡା ପଂଚାୟତରେ ନିଜକୁ ଜଣେ ସମାଜ ସେବି ମହିଳା ଭାବେ ଏକ ପରିଚୟ ସୃଷ୍ଟି କରି ପାରି ଥିଲେ l ସେ ଗର୍ଭବତୀ ଅବସ୍ଥାରେ ମଧ୍ୟ ଲୋକଙ୍କୁ ସେବା ଯୋଗାଇ ଆସୁଥିଲେ l ଗତକାଲି ରାତି 3 ଟା ସମୟରେ ତାଙ୍କୁ ଗର୍ଭ ଜନିତ ଯନ୍ତ୍ରଣା ଅନୁଭବ ହେବାରୁ ସେ ତାଙ୍କ ପରିବାର ଲୋକ ଓ ଆଶା ଦିଦି ପଦ୍ମାବତୀ ମହାନ୍ତଙ୍କ ସହିତ ଏକ ଟେମ୍ପୁରେ ଭଡା କରି ପାଲଲହଡା ଡାକ୍ତର ଖାନାରେ ପହଂଚି ଥିଲେ l ସେ ଡାକ୍ତର ଖାନାରେ ସୁସ୍ଥ ସବଳ ଥଲେ, ରାତି 3 ଟା ସମୟରେ ଦାୟୀତ୍ଵରେ ଥିବା ପ୍ରସୂତି ବିଭାଗ ର ଡାକ୍ତର ଶ୍ରୀ ପି. ସି. ମିର୍ମୁ ଉପସ୍ଥିତ ନଥିଲେ, କିଛି ନର୍ସ ତାଙ୍କୁ ପ୍ରାରମ୍ଭିକ ଚିକତ୍ସା ଆରମ୍ଭ କରି ଥିଲେ, 30 ରୁ 40 ମିନଟ ବିଳମ୍ବରେ ଖବର ପାଇ ପ୍ରସୂତି ବିଭାଗର ଡାକ୍ତର ଶ୍ରୀ ମୁର୍ମୁ ପହଂଚି ଥିଲେ l ସେ ମହିଳା ପ୍ରସୂତିଙ୍କୁ ଚେକ ଅପ କରିବା ସହିତ ଚିକତ୍ସା ଆରମ୍ଭ କରିଥିଲେ l ମାତ୍ର କୌଣସି କାରଣ ବଶତଃ ଅମୃତା ବଦ୍ରା ଅସୁସ୍ଥ ହୋଇ ପଡି ଥିଲେ l ଡାକ୍ତର ତାଙ୍କୁ ପାଖା ପାଖି 1 ଘାଣ୍ଟା 30 ମିନଟରୁ ଅଧିକ ସମୟ ଚିକତ୍ସା କରିବା ପରେ ଶେଷ ମୁହୂର୍ତ୍ତରେ ଅମୃତାଙ୍କ ଅବସ୍ଥା ଗୁରୁତର ହୋଇ ପଡିବାରୁ କେନ୍ଦୁଝର ଜିଲ୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରି ଥିଲେ l ଚିକତ୍ସାଧୀନ ଅବସ୍ଥାରେ ମାତ୍ର କେଇ ସେକେଣ୍ଡରେ ସୁସ୍ଥ ସବଳ ଥିବା ପ୍ରସୂତି ମହିଳା ଅମୃତା ବଦ୍ରାଙ୍କୁ ଡାକ୍ତର ଶ୍ରୀ ମୁର୍ମୁ ମୃତ ଘୋଷଣା କରିଥିଲେ l ତେବେ ଡାକ୍ତର ଖାନାକୁ ଅଟୋରେ ଆସି ନିଜେ ଅମୃତା ଚାଲି ଚାଲି ଡାକ୍ତରଙ୍କୁ ପରାମର୍ଶ କରି ଚିକତ୍ସା ଯୋଗାଇଆସୁଥିବାବେଳେହଠାତ ତାଙ୍କ ମୃତ୍ୟୁକୁ କେହି ସହଜ ରେ ଗ୍ରହଣ କରି ପାରୁ ନାହାନ୍ତି l
ଗୋଟେ ପଟେ ମୃତ ଅମୃତାଙ୍କ ସ୍ୱାମି କୃଷ୍ଣ ବଦ୍ରା ମ୍ରିୟମାଣ ହୋଇ କ୍ୟାମେରା ସାମ୍ନାରେ କୌଣସି ପ୍ରତି କ୍ରିୟା ରଖିନ ଥିଲେ ସୁଦ୍ଧା, ଯଦି ଉନ୍ନତ୍ତ ମାନର ଚିକତ୍ସା ହୋଇ ପାରି ଥାନ୍ତା । ତେବେ ତାଙ୍କ ସ୍ତ୍ରୀ ହୂଏତ ବଞ୍ଚି ଯାଇ ପାରି ଥାନ୍ତା ବୋଲି କହିଛନ୍ତି l ଅନ୍ୟ ପଟେ ଡାଲୋ ଗାଁର ଆଶା ଦିଦି ପଦ୍ମାବତୀ ମହାନ୍ତ କହିଛନ୍ତି କି ପ୍ରସୂତି ମହିଳା ଜଣକ ଆଠ ମାସ ହେବ ଏଯାବତ ଠିକ ଠାକ ମେଡ଼ିସିନ ଖଇବା ସହ ସମ୍ପୂର୍ଣ ସୁସ୍ଥ ଥିଲେ । ତେବେ କଉ ପରିସ୍ଥିତିରେ ସେ ମୃତ୍ୟୁ ହେଲେ ତାହା ତାଙ୍କୁ ଜଣା ନାହିଁ l ଏହି ଖବରକୁ ନେଇ ଆମେ ପ୍ରସୂତି ବିଭାଗର ଡାକ୍ତର ଶ୍ରୀ ମୁର୍ମୁଙ୍କୁ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ନ ଦେଇ ଆମର ସମସ୍ତ ପ୍ରଶ୍ନକୁ ଆଡେଇ ଦେଇ ପ୍ରସୂତି ମହିଳା ଜଣକ ପୂର୍ବରୁ କେନ୍ଦୁଝର ଡାକ୍ତର ଖାନାରେ ଚିକିତ୍ସା ହଉଥିଲେ, ଠିକ ସମୟରେ ମେଡ଼ିସିନ ଖାଉ ନ ଥିଲେ, ଓ ତାଙ୍କର ଫୀଡ଼ସ ହେବାରୁ ମୃତ୍ୟୁ ବରଣ କରି ଥିବା କହି ଥିଲେ l
ପ୍ରଶ୍ନ ଉଠେ କିଏ ସତ କହୁଛି ବାସ୍ତବରେ ପ୍ରସୂତି ମହିଳା ଜଣକ କେମିତି ଓ କାହାର ତ୍ରୁଟି ଯୋଗୁଁ ମୃତ୍ୟୁ ମୁଖରେ ପଡିଲେ? ଏହାର ଉତ୍ତର ଦାୟି କିଏ ରହିବ? ଯଦି ସରକାର ମାତୃ ମୃତ୍ୟୁ ହାରକୁ ରୋକିବାକୁ ଯୋଜନା କରିଛନ୍ତି ତେବେ ଆଜି ଜଣେ ଗରିବ ଆଦିବାସୀ ପ୍ରସୂତି ମହିଳାଙ୍କ ମୃତ୍ୟୁ କେମିତି ହେଲା? ତେବେ ଏଠି ସରକାରଙ୍କ ମମତା ଯୋଜନା କାହା ସ୍ୱାର୍ଥରେ?
ସରକାରୀ ସ୍ତରରେ ଏହାକୁ ହାଲୁକା ଭାବେ ନେଇ ପୋଷ୍ଟ ମୋର୍ଟମ କରି ତଦନ୍ତ ଆଳରେ ଘଟଣାକୁ ଚାପି ନ ଦିଆ ଯାଉ । ସରକାର ଏହାକୁ ସଠିକ ଭାବେ ତଦନ୍ତ କଲେ ହୂଏତ ଆଗକୁ ମାତୃ ମୃତ୍ୟୁ ହାର ରୋକା ଯାଇ ପାରିବ l ସାଇଡା ସରପଞ୍ଚ ମହିଳା ୱାର୍ଡ ମେମ୍ବରଙ୍କ ମୃତ୍ୟୁକୁ ନେଇ ସଠିକ ତଦନ୍ତ ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି l