ରାଉରକେଲା : ରାଉରକେଲା ସହର ଉଦିତନଗର ଥାନାର ମହିଳା ଏଏସଆଇ ଆଲିଶା ଲୁଗୁନଙ୍କ ମୃତ୍ୟୁ ମାମଲାରେ ଥାନା ଅଧିକାରୀଙ୍କ ସଂପୁର୍ଣ ଅବହେଳା ରହିଛି, ତେଣୁ ତାଙ୍କୁ କାହିଁକି ଏହି ମାମଲାରେ ଦୋଷୀ ଅଭିଯୁକ୍ତ ଭାବେ ଗ୍ରହଣ କରାନଜିବ ଓ ରାଉରକେରଲା ଏସପି ଏ ଦିଗରେ କଣ ପଦକ୍ଷେପ ଏଯାଏ ନେଇଛନ୍ତି ବୋଲି ତାହା ଏବେ ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ ମହଲରେ ଉଠିଛି ପ୍ରଶ୍ନ । ଘଟଣାକୁ ୫ ଦିନ ପୁରିଲାଣି, ମାମଲାକୁ ନେଇ ଗଣ ବିକ୍ଷୋଭ, ଘେରାଉ ପରେ ଆଜି ଜିଲ୍ଲାବନ୍ଦ ଡାକରା ମଧ୍ୟ ଦିଆଯାଇଛି। ହେଲେ ଏହି ଗୁରୁତ୍ଵପୂର୍ଣ ଦିିଗକୁ ଆଦୌ ଦୃଷ୍ଟି ଦିଆଯାଇନାହିଁ। ଫଳରେ ଜିଲ୍ଲାରେ ମହିଳା ପୁଲିସ ମାନେ ଏଭଳି ପରିସ୍ଥିତି ଲାଗି ଆଗକୁ କେମିତି କାମ କରିବେ ସେନେଇ ଚିନ୍ତାରେ ପଡିଯାଇଥିବା କୁହାଯାଉଛି ।
ଘଟଣା ଦିନ ଏକ କାର ଓ ବସ ଦୁର୍ଘଟଣାଗ୍ରସ୍ତ ହୋଇ ମୁହାଁ ମୁହଁ ହେବା ପରେ କାର ବାଲା ଗୋଷ୍ଠି ବସକୁ କ୍ଷତିପୁରଣ ଲାଗି ଆରଏମସି ପାଖରେ ଅଟକାଇଥିଲେ। ସେଥିରେ କିଛି ପେଶାଦାର ଗୁଣ୍ଡା ସାମିଲ ଥିଲେ ବୋଲି କୁହାଯାଉଛି । ତେବେ ଏହି ଖବର ଉଦିତନଗର ଥାନାରେ ପହଁଚିବା ପରେ ଥାନା ପକ୍ଷରୁ ଏଏସଆଇ ଆଲିଶା ଓ ୨ ଜଣ କନେଷ୍ଟବଳଙ୍କୁ ଘଟଣାସ୍ଥଳକୁ ପଠାଇ ଦିଆଗଲା । ସେଠାରେ ଆଲିସା ନିଜ ବୁଦ୍ଧିରେ ଉଭୟ ଗୋଷ୍ଠୀର ସଂଘର୍ଷ ଭିତରକୁ ପଶିଯାଇଥିବା ବେଳେ କନେଷ୍ଟବଳ ଦୁଇ କିଂକର୍ତବ୍ୟ ମୁଢ ହୋଇଯାଇଥିଲେ। ଶେଷରେ ଆକ୍ରମଣର ଶୀକାର ହୋଇ ଆଲିଶା ଆଖି ବୁଜିଲେ । ଏଠାରେ ପ୍ରଶ୍ନ ଉଠୁଛି ଗୋଟାଏ ଗୋଷ୍ଠି ସଂଘର୍ଷ ଯାଗାକୁ ଜଣେ ମହିଳାଙ୍କୁ ଦୁଇ କନେଷ୍ଟ ବଳଙ୍କ ସହ ପଠାଇବା ଠିକ ହୋଇଛି କି ? ସେତେବେଳେ ପିସିଆର ଭ୍ୟାନକୁ କାହିଁକି ସେଠାକୁ ପଠାଗଲା ନାହିଁ ?ଖୋଦ ଥାନା ଅଧିକାରୀ ସେ ଯାଗାକୁ ନଯାଇ କରୁଥିଲେ କଣ ? ସେ ଯାଗାକୁ ଅଧିକ ଫୋର୍ସ ପଠାଇଲେ ନାହିଁ କାହିଁକି ? ଏଥିଲାଗି ତାଙ୍କୁ ଏହି ମାମଲାରେ ସଂପୃକ୍ତ କରାନଜିବ କାହିଁକି ? ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଜିବ ନାହିଁ କାହିଁକି ? ସେହି ସମୟରେ ଅନ୍ୟ ପୁରୁଷ ଅଫିସରମାନେ କୁଆଡେ ଯାଇଥିଲେ, ଏମାନେ ସେ ମବ ପାଖକୁ କାହିଁକି ନଗଲେ ? ଏହି ଭଳି ଅନେକ ପ୍ରଶ୍ନ ବର୍ତମାନ ପୁରାତନ ବରିଷ୍ଠ ପୁଲିସ ଅଧିକାରୀ ମାନେ ଉଠାଇବା ସହ ଖୋଦ ଏସପି ରାଉରକେଲା ଏଯାଏ ଥାନା ଅଧିକାରୀଙ୍କୁ ନିଲମ୍ବିତ ଓ ବଦଳି କାହିଁକି ନକରି ବସିଛନ୍ତି ତାହା ମଧ୍ୟ ଅବସରପ୍ରାପ୍ତ ପୁଲିସ ମହଲରେ ପ୍ରଶ୍ନ ହେଉଛି । ରାଉରକେଲାରେ ଜଣେ ପୁଲିସ ଅଫିସରଙ୍କୁ ଥାନାରୁ ଓ ଏସପି ଅଫିସରୁ ଅଳ୍ପ ଦୂରରେ ପିଟି ହତ୍ୟା କରାଜିବା ଘଟଣା ନିଶ୍ଚୟ ସ୍ଵତନ୍ତ୍ର ଘଟଣା। ଏଭଳି ମାନସିକତା ଓ ସ୍ଥିତିକୁ ଦେଖି ରାଉରକେଲାରେ ଚାଲିଥିବା ପୁଲିସି ବ୍ୟବସ୍ଥା ଓ ଏହାର ପରିଚାଳନାକୁ ନେଇ ପ୍ରଶ୍ନ ଉଠିବା ସ୍ଵାଭାବିକ କଥା ବୋଲି କୁହାଯାଉଛି । ବର୍ତମାନ ଥାନା ଗୁଡିକରେ ଥାନା ବାବୁ ମାନେ ଏସି ରୁମରେ ବସି ତଳିଆ ବାବୁ ମାନଙ୍କ ଦ୍ଵାରା କାମ ଚଳାଉଥିବା କଥା ଦାଣ୍ଡରେ ପଡି ହାଟରେ ଗଡିଲାଣି, ଉଦିତନଗର ଥାନା କଥା ଏହାର ଏକ ଜ୍ଵଳନ୍ତ ଉଦାହରଣ । ପୂର୍ବରୁ ଏସପି ମାନେ ଘଟଣାସ୍ଥଳକୁ ଚାଲିଯାଉଥିଲେ, ଏବେ ଥାନା ଅଧିକାରୀ ମାନେ ମଧ୍ୟ ଯାଉନାହାନ୍ତି । ରାଜ୍ୟ ପୋଲିସ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।