ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ISRO ଏହାର ପ୍ରଥମ ସୌର ମିଶନ ଆଦିତ୍ୟ L1 ଆରମ୍ଭ କରିଛି। ଆଦିତ୍ୟ L1 ଏହି ସୌର ମିଶନର L1 ପଏଣ୍ଟରେ ପହଞ୍ଚିବା ପୂର୍ବରୁ ପୃଥିବୀ ଏବଂ ଚନ୍ଦ୍ରର ଏକ ଫଟୋ କଏଦ କରିଛି । ISRO ଏହି ଫଟୋକୁ ‘X’ ରେ ସେୟାର କରିଛି । ଏହି ଫଟୋ ସେୟାର କରି ISRO ଲେଖିଛି ଯେ, ସୂର୍ଯ୍ୟର L1 ପଏଣ୍ଟକୁ ଯାତ୍ରା ମଧ୍ୟରେ ଆଦିତ୍ୟ L1 ପୃଥିବୀ ଏବଂ ଚନ୍ଦ୍ର ସହିତ ସେଲଫି ନେଇଛି । ଏହି ଫଟୋରେ ଚନ୍ଦ୍ର ଡାହାଣ ପାର୍ଶ୍ୱରେ ଥିବାବେଳେ ପୃଥିବୀର ଏକ ବଡ଼ ଅଂଶ ଦୃଶ୍ୟମାନ ହେଉଛି।
ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ସେପ୍ଟେମ୍ବରରେ 2 ରେ ସୌର ମିଶନ ଆରମ୍ଭ କରିଥିଲା।| ଏହାପୂର୍ବରୁ, ISRO ଚନ୍ଦ୍ରଯାନ 3 କୁ ସଫଳତାର ସହିତ ଚନ୍ଦ୍ରରେ ଅବତରଣ କରି ଏକ ଇତିହାସ ସୃଷ୍ଟି କରିଥିଲା।| ଏହି ରକେଟର ସଫଳ ଉତକ୍ଷେପଣ ପରେ ISRO କହିଛି ଯେ ଆଦିତ୍ୟ- L1 ଯାନ ସଫଳତାର ସହ PSLV ରକେଟରୁ ଅଲଗା ହୋଇଯାଇଛି। ଭାରତର ଏହି ମିଶନ ସୂର୍ଯ୍ୟ ସହ ଜଡିତ ରହସ୍ୟରୁ ପରଦା ହଟାଇବାରେ ସାହାଯ୍ୟ କରିବ।