ଭୁବନେଶ୍ୱର : ଗଞ୍ଜାମରେ ଯେତେବେଳେ କୋଭିଡ ର ପ୍ରକୋପ ବଢୁଥିଲା ସେବେ ପ୍ରଦୀପ ପାଣିଗ୍ରାହୀ ନିଜର ଭାବି ସମୁଦି ସହ ବୁଲିକି ମଉଜ ମଜଲିସ କରୁଥିଲେ । ତା ପରେ କିନ୍ତୁ ଚିଠି ଲେଖିଲେ ଓ ମନ୍ତବ୍ୟ ଦେଲେ ଯେ ଆମକୁ କେହି ପଚାରୁ ନାହାନ୍ତି । ଜଣେ ବିଧାୟକ ଜନ ସାଧାରଣ ଙ୍କ ସମସ୍ୟା କୁ ନିଜେ ବୁଝିବା କଥା । ଏଠି ସେ ଫାଙ୍କି ଦେବାକୁ ବସିଥିଲେ । ତେଣୁ ଯାହା ପଣ୍ଡିଆନ କହିଛନ୍ତି ତାହା ସତ କଥା ବୋଲି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି ।
ସେ କହିଛନ୍ତି ବର୍ତମାନ ତିନି ଚାରିବର୍ଷ ସେ ନିରବ ରହିଛନ୍ତି ଜନ ସାଧାରଣଙ୍କ କୌଣସି ସମସ୍ୟାର ସମାଧାନ କରି ନାହାନ୍ତି । ବିଧାୟକ ପାଣ୍ଠି ବି କିଛି ଦେଲେ ନାହିଁ । ଏବେ ଯେଉଁ ବହାରିକି ଲୋକଙ୍କ ପାଇଁ କାମ କରିବା କଥା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେରେ ପଣ୍ଡିଆନ ବିଭିନ୍ନ ଜିଲା ବୁଲୁଛନ୍ତି ଓ ଜନ ସାଧାରଣଙ୍କୁ ଭେଟିକି ସମସ୍ୟା ବୁଝୁଛନ୍ତି । ତେଣୁ ଏଥିରେ ସମସ୍ତେ ସହଯୋଗ କରିବା କଥା । କିନ୍ତୁ କାଲି ପ୍ରଦୀପ ପାଣିଗ୍ରାହୀ ତାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରିଛନ୍ତି । ଭଲ କାମକୁ ଯେହେତୁ ପ୍ରଦୀପ ପାଣିଗ୍ରାହୀ ବିରୋଧ କଲେ ତେଣୁ ଲୋକଙ୍କ ଆକ୍ରୋସର ପ୍ରତିଫଳନ କାଲି ଦେଖିବାକୁ ମିଳିଲା ।
ସତ କଥା କହିଲେ କିଛି ଅସୁବିଧା ନାହିଁ । ସିଏ ଯିଏ ହୁଅନ୍ତୁ ନା କାହିଁକି ସତ କହିଲେ ଅସୁବିଧା କିଛି ନାହିଁ । ଯେଉଁଟା ନ୍ୟାୟ ଯେଉଁଟା ଲୋକ ଜାଣିବା କଥା ତାକୁ ପାଣ୍ଡିଆନ କହିଛନ୍ତି । ସତ କଥା ଯିଏ କେହି କହିଲେ ବି ଚଳିବ । ଯେଉଁଟା କହିଛନ୍ତି ନୀତିଗତ ଭାବେ କହିଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ଜନ ଅସନ୍ତୋଷ ଥିବାରୁ କାଲି ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ବିରୋଧ ବ୍ୟବସ୍ଥା ହୋଇଛି ତାହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ହୋଇଛି । ଯାହା ଘଟିଲା ତାହା ଜନ ଅସନ୍ତୋଷର ପ୍ରତିଫଳନ ।