ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ଆଜି ସକାଳେ ତାଞ୍ଜାନିଆର ରାଷ୍ଟ୍ରପତି ସାମିୟା ସୁଲୁହୁ ହସନଙ୍କର ଔପଚାରିକ ସ୍ୱାଗତ କରାଯାଇଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ତାଞ୍ଜାନିଆ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ରାଷ୍ଟ୍ରପତି ସାମିୟା ସୁଲୁହୁ ହସନ ରବିବାର ଠାରୁ 4ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ତାଞ୍ଜାନିଆର ରାଷ୍ଟ୍ରପତି 8ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତ କରିଛନ୍ତି । ତାଞ୍ଜାନିଆ ରାଷ୍ଟ୍ରପତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଆଲୋଚନା କରିବେ । ସେ ଅକ୍ଟୋବର 10 ତାରିଖରେ ରାଜଧାନୀ ଦିଲ୍ଲୀରେ ବ୍ୟାପାର ଓ ନିବେଶ କାର୍ଯ୍ୟକ୍ରମରେ ସାମିଲ ହେବେ ।