ମାଲକାନଗିରି : ଲଗାଣ ବର୍ଷା ଯୋଗୁଁ ମାଲକାନଗିରି -ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥର ଏମଭି ୯୬ ଗ୍ରାମ ଠାରେ ଥିବା ବ୍ରିଜ ଉପରେ ଆଜି ୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଫଳରେ ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗୋଟେ ରାତି ବର୍ଷାରେ କେବେ ବି ଏତେ ପାଣି ବଢ଼ି ନାହିଁ। ଏହି ବ୍ରିଜ ଉପରେ ଏବର୍ଷ ଏତେ ପରିମାଣର ପାଣି ବଢିବାର ଗୋଟିଏ କାରଣ ହେଲା ସେଠାରେ ନୂଆ ବ୍ରିଜ ନିର୍ମାଣ କାମ ପାଇଁ ଯେଉଁ ମାଟି ଗଦା କରି ରଖାଯାଇଛି ସେଇଠୁ ପାଣି ନିଷ୍କାସନ ହେବାରେ ଅସୁବିଧା ହେଉଛି। ଗଦା ହୋଇଥିବା ମାଟି ଯୋଗୁଁ ପାଣି ଅଟକି ବ୍ରିଜ ଉପରେ ଲହଡି ମାରୁଛି।