ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ, କୃଷି ଓ ଜଳସମ୍ପଦ ବିଭାଗ ସଚିବ ଓ ସବୁ ଆର଼ଡିସିଙ୍କୁ ଏସଆରସି ସତର୍କ କରାଇଛନ୍ତି । ଏହା ସହ ସେ ପୌରାଞ୍ଚଳ ପ୍ରଶାସକ ଓ ଅଗ୍ନିଶମ ବିଭାଗକୁ ମଧ୍ୟ ସତର୍କ ରହିବା ପାଇଁ ଚିଠି ଲେଖିଛନ୍ତି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳ ଜିଲ୍ଲା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ାରେ ବର୍ଷା ସମ୍ଭାବନା ରହିଛି ବୋଲି ଏଥିରେ ଉଲ୍ଲେଖ ରହିଛି ।
ସେହିପରି କୋରାପୁଟ, ମାଲକାନଗିରିରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଣୁ କିଛି କ୍ଷୟକ୍ଷତି ଘଟିଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁନିର୍ଦ୍ଦେଶ ଦିଆଯାଇଛି ।
ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରାଇଛି ପ୍ରଶାସନ। ବର୍ତ୍ତମାନ ସୁଦ୍ଧା କିଛି ମତ୍ସ୍ୟଜୀବୀ ଫେରିଆସିଥିବା ବେଳେ ଆଉ କିଛି ସମୁଦ୍ର ମଧ୍ୟରେ ରହିଯାଇଥିବା ସୂଚନା ମିଳିଛି। ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣବାକୁ ପ୍ରଶାସନ ଯୋଗାଯୋଗ କରୁଛି ।