କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ବିଜେପି ଶାଖା ତରଫରୁ ଭୋଟର ସଚେତନତା ମହା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୋଟର ତାଲିକାରେ ନୂତନ ଭୋଟର ମାନଙ୍କୁ ସାମିଲ କରାଇବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ୨୫ ଓ ୨୬ ଦୁଇ ଦିନ ଧରି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟ ଗେଟ ସମ୍ମୁଖରେ ଏକ ଷ୍ଟଲ ଖୋଲାଯାଇ କଲେଜ ପଢୁଆ ନୂତନ ଭୋଟର ମାନଙ୍କୁ ଏହି ତାଲିକାରେ ସାମିଲ କରାଇବା ପାଇଁ ବିଜେପି କାର୍ଯ୍ୟକର୍ତା ପାଇଁ ସଚେତନ କରିଥିଲେ । ମହା ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଆବଶ୍ୟକ କାଗଜପତ୍ର ଦେଇ ନୂତନ ଭୋଟର ହେବାପାଈଁ ଫର୍ମ ପୁରଣ କରିଥିଲେ । ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରା, ସାଧାରଣ ସଂପାଦକ ଅଭିମନ୍ୟୁ ଗୋଛାୟତଙ୍କ ସମେତ ଅମିତାବ ସୁଆର ମଣ୍ଡଳ ସଭାପତି ପ୍ରଶାସନ ସେଠୀ, ଶୋଭାନ ଆଚାର୍ଯ୍ୟ, ମହିଳା ମୋର୍ଚ୍ଚା ସଂପାଦିକା ଝିଲ୍ଲୀ ଦାସଙ୍କ ସମେତ ବହୁ କର୍ମୀ ଓ ନେତା ଉପସ୍ଥିତ ଥିଲେ ।