ମାଲକାନଗିରି : ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ଏବଂ ତାଙ୍କ ସହ ରାଜ୍ଯ ପୋଷଣ ସଂଯୋଜିକା ଦୀପାଳି ଦାଶ ଓ ୟୁନିସେଫ୍ ସଯୋଜିକା ଏକ ଦିନିଆ ମାଲକାନଗିରି ଗସ୍ତ କରିଥିଲେ । ଗସ୍ତ ସମୟରେ ମାଲକାନଗିର ଜିଲ୍ଲା ସଦର ମହକୁମା ରିକ୍ଲାମିସନ କୋଲନିରେ ଥିବା ଅଙ୍ଗନ ୱାଡି କେନ୍ଦ୍ର ଯାଇ ପୋଷଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ମାସିକ ପୃଷ୍ଟିକର କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ଶ୍ରୀ ପଣ୍ଡା । ଏହା ସହ ସେଠାରେ ଥିବା ପ୍ରାକ୍ ବିଦ୍ୟାଳୟର ଶିଶୁ, ଗର୍ଭବତୀ, ପ୍ରସୂତି ମହିଳା ଏବଂ ଅନ୍ୟ ମାଁ ମାନଙ୍କ ସହ ଭାବ ବିନିମୟ କରିଥିଲେ । ସେଠାରେ ମା ମାନେ ପ୍ରସ୍ତୁତ କରିଥିବା ପୁଷ୍ଟିକର ଖାଦ୍ୟ ଓ ସବୁଜ ପନିପରିବା ସହ ମାଣ୍ଡିଆ ତିଆରି ବିଭିନ୍ନ ପ୍ରକାର ଖାଦ୍ୟ ଆଣି ପରିବେଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଂ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମମତା ଚୌଧୁରୀ, ପ୍ରୋଗ୍ରାମ ଅଫିସର ଇନ୍ଦୀରା ପ୍ରଧାନ, ମାଲକାନଗିରି ସମନ୍ବିତ ଶିଶୁବିକାଶ ଯୋଜନା ଅଧିକାରୀ ବିପୁଳା କୁମାରୀ ସରଦାର , ସେକ୍ଟର ସୁପର୍ ଭାଇଜର୍ ରେଖା ଶୁଭାସୁନ୍ଦର ଓ ଅଙ୍ଗନୱାଡି କର୍ମୀ ବୀଣା ସିକଦାର୍ ପ୍ରମୁଖ ଉପସ୍ଥିତ ଥିଲେ ।