ଭୁବନେଶ୍ଵର, ୨୨ ଅକ୍ଟୋବର – ଗତକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ପଶ୍ଚିମ ଉତର ପଶ୍ଚିମ ଦିଗରେ ଗତି କରିବା ସହ ଆଜି ସକାଳେ ଅବପାତରେ ପରିଣତ ହୋଇଛି । ଏହା ପାରାଦ୍ଵୀପ ଠାରୁ ୭୩୦ କି.ମି. ଦକ୍ଷିଣ ପୂର୍ବରେ, ପଶ୍ଚିମବଙ୍ଗର ସାଗର ଦ୍ବୀପ ଠାରୁ ୭୭୦ କି.ମି. ଦକ୍ଷିଣ-ଦକ୍ଷିଣପୂର୍ବରେ ଏବଂ ବାଙ୍ଗଲାଦେଶ ଖେପୁପାରା ଠାରୁ ୭୪୦ କି.ମି. ଦକ୍ଷିଣ ଦକ୍ଷିଣ ପୂର୍ବରେ ରହିଛି ।
ଏହା ପଶ୍ଚିମ ଉତର ପଶ୍ଚିମ ଦିଗରେ ଗତି କରିବା ସହ ୨୩ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବ । ପରେ ଏହା ଉତର ପଶ୍ଚିମ ଦିଗରେ ନିଜର ଗତି ଜାରି ରଖିବା ସହ ୨୪ ତାରିଖ ସକାଳେ ଉତର ପଶ୍ଚିମ ବଙ୍ଗୋପସାଗରରେ ଉପରେ ଏକ ଭୀଷଣ ବାତ୍ୟାର ରୂପ ନେବ । ଏବଂ ଉତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳକୁ ପୁରୀ ଓ ସାଗର ଦୀପ ମଧ୍ୟରେ ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳ ସୁଦ୍ଧା ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ଘଂଟା ପ୍ରତି ୧୦୦ରୁ ୧୧୦ କି.ମି. ଏବଂ ସ୍ଥଳ ବିଶେଷରେ ୧୨୦ କି.ମି. ଛୁଇଁପାରେ । ଭୁବନେଶ୍ଵର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।