ବଲାଙ୍ଗିର : ଆଜି ମଣ୍ଟେଶ୍ଵରୀ ପବ୍ଲିକ ସ୍କୁଲ ତରଫରୁ ଗ୍ରାମାଞ୍ଚଳରେ ପିଲା ମାନଙ୍କ ଦ୍ଵାରା ଏକ ସଚେତନତା କାର୍ଯ୍ୟକ୍ରମ ଗ୍ରାମାଞ୍ଚଳର ବାର ପୁଡଗିଆ, ଚୁଡ଼ାପାଲି, ଭୈସା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କୁ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କରାଯାଇଥିଲା। ସ୍କୁଲର ପ୍ରଧାନ ଅଧ୍ୟକ୍ଷ ରବିଚନ୍ଦ୍ର ଉଦଗତାଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ ପ୍ରାଥମିକ ଚିକିତ୍ସା ବିଷୟରେ ରବିଚନ୍ଦ୍ର ପଶାୟତ ସାପ କାମୁଡିବା, ବିଦ୍ୟୁତ୍ ଆଘାତ, ପଡିଯିବା, ନିଆଁ ଲାଗି ପୋଡ଼ିଯିବା ଏବଂ ଅନ୍ୟାନ୍ୟ ଦୁର୍ଘଟଣାରେ କିପରି ଜୀବନ ରକ୍ଷା କରାଯାଇ ପାରିବ ସେ ବିଷୟରେ ସ୍କୁଲର ସ୍କାଉଟ, ଗାଇଡ, ଜୁନିଅର ରେଡକ୍ରସ ପିଲା ମାନେ ଲୋକଙ୍କୁ ବୁଝାଇ ଥିବା ବେଳେ ଡେମୋଷ୍ଟ୍ରେଟ କରିଥିଲେ।
ମଣ୍ଟେଶ୍ଵରୀ ଅଧ୍ୟକ୍ଷ ବିରେନ୍ଦ୍ର ନାରାୟଣ ଉଦ୍ଗାତା, ଶିକ୍ଷକ ରଞ୍ଜିତ ମିଶ୍ର ଜେ.ଆର.ସି. ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗାଇଡ କେପ୍ଟେନ ଶିକ୍ଷକ ରଞ୍ଜିତା ମିଶ୍ର, ପ୍ରତିମା ମଞ୍ଜରୀ, ଶିକ୍ଷକ ଆଶିକ ଯୋଶୀ, ପ୍ରତିମା ବିଶ୍ଵାଳ, ଅଭିସ୍ମିତା, ସୁଲ୍ଟାନା, ସୌମ୍ୟ ଓ ଛାତ୍ର ଛାତ୍ରୀ ଥିଲେ। ଗ୍ରାମର ସନ୍ତୋଷ ନାରାୟଣ ମିଶ୍ର, ଜୟକୃଷ୍ଣ ମିଶ୍ର , ଭାରତୀ ମିଶ୍ର, ଭଇସା ଗ୍ରାମର ପ୍ରତିମା ସାହୁ ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଉତ୍ସାହିତ କରିଥିଲେ। ସମଗ୍ର ଓଡ଼ିଶା ଆବାହକ ଏହି ଆୟୋଜନ କରିଥିଲେ । ଶେଷରେ ପ୍ରତିମା ମଟାରି ଧନ୍ୟବାଦ ଅର୍ପଣ କରିଥିଲେ।