ଭୁବନେଶ୍ୱର : ରାଜ୍ୟର ୫ଟି ସଚିବ ଭି କେ ପାଣ୍ଡିଆନ ଲକ୍ଷ୍ମଣ ରେଖା ମଧ୍ୟରେ ରହିବା ଉଚିତ । କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଏହି ପରମାର୍ଶ ଦେଇଛନ୍ତି ।
ସେ କହିଛନ୍ତି, ସେ(୫ଟି ସଚିବ) ଜଣେ ସରକାରୀ କର୍ମଚାରୀ। ତାଙ୍କୁ ଲୋକେ କିଭଳି ବ୍ୟବହାର କଲେ ତାହା ରାଜନୀତିକ ଚର୍ଚ୍ଚାକୁ ଆସିବା କଥା ନୁହେଁ। କିନ୍ତୁ ଜଣେ ସିନିୟର୍ ଆଇଏଏସ ଅଫିସର ଭାବେ ଓ ଜଣେ ବଡ଼ ଭାଇ ଭାବେ ଏତିକି ପରାମର୍ଶ ଦେବାକୁ ଚାହେଁ ଯେ ସେ ଲକ୍ଷ୍ମଣ ରେଖା ଭିତରେ ରହି କାମ କରନ୍ତୁ।
ସେ କହିଛନ୍ତି, ସୀମା ଉଲ୍ଲଂଘନ କରନ୍ତୁ ନାହିଁ। କ୍ଷମତାକୁ ଦୁରୁପଯୋଗ କରନ୍ତୁ ନାହିଁ। ଗୋଟିଏ ଜିନିଷ ଏଠି ସ୍ପଷ୍ଟ ଯେ ପାଣ୍ଡିଆନ ଯେଉଁ ସବୁ ଚାରିଆଡ଼େ ବୁଲୁଛନ୍ତି ତାହା କେବଳ ଡ୍ରାମା। ଏହି ଡ୍ରାମାରେ ମୁଖ୍ୟମନ୍ତ୍ରୀ ବି ସାମିଲ ଅଛନ୍ତି। ବିଭିନ୍ନ ଜାଗାରେ ସଭାକୁ ପ୍ରାୟୋଜିତ ଭାବେ ଲୋକଙ୍କୁ ଅଣା ଯାଉଛି।
ସରକାରୀ ଅଧିକାରୀଙ୍କୁ ଟାର୍ଗେଟ ଦିଆଯାଉଛି। ଯେଉଁ ସବୁ ଅଭିଯୋଗ ଲୋକଙ୍କ ଠାରୁ ଗ୍ରହଣ କରାଯାଉଛି, ତା’ହା ପ୍ରକୃତ ଅଭିଯୋଗ ନୁହେଁ। ଲୋକଙ୍କ ପାଖରେ ଯେଉଁ ପ୍ରକୃତ ଅଭିଯୋଗ ଅଛି ତାକୁ ଗ୍ରହଣ କରିବାକୁ କେହି ନାହାନ୍ତି। ଏ ଯେଉଁ ଡ୍ରାମା ବା ପ୍ରହସନ ଚାଲିଛି, ଗତକାଲି ଘଟଣା ସେ ଡ୍ରାମାର ଅଂଶ ବିଶେଷ ହୋଇଥାଇପାରେ ବୋଲି ସେ କହିଛନ୍ତି ।