ଖୋର୍ଦ୍ଧା, ୭ ସେପ୍ଟେମ୍ବର – ଭିଜିଲାନ୍ସ ପଞ୍ଝାରେ ଅବକାରୀ ଅଧିକାରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବକାରୀ ଅଧିକାରୀଙ୍କ ବିଭିନ୍ନ ସ୍ଥାନରେ ଚଢଉ କରିଛି ଭିଜିଲାନ୍ସ ବିଭାଗ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ଏଏସଆଇ ସୁଦୀପ୍ତ ଦାସଙ୍କ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି। ତେବେ ସୁଦୀପ୍ତ ଦାସଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ବିଭାଗ ଆଜି ସକାଳୁ ଓଡିଶା ଭିଜିଲାନ୍ସର ୪ ଡ଼ିଏସପି, ୬ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକକାଳୀନ ଭାବେ ଶ୍ରୀ ଦାସଙ୍କ ବାଲୁଗାଁ ଅବକାରୀ କାର୍ଯ୍ୟାଳୟ, ବାଲୁଗାଁରେ ଥିବା ଭଡ଼ା ଘର, ନୟାଗଡ଼ ସ୍ଥିତ ବାସଭବନ ଓ ନୟାଗଡ ସ୍ଥିତ ଭଡ଼ା ସୂତ୍ରରେ ନେଇଥିବା ଘରେ ଚଢ଼ଉ କରିଛନ୍ତି।
ପ୍ରକାଶ ଥାଉକି ସୁଦୀପ୍ତଙ୍କ ଛଅ ମାସ ପୂର୍ବେ ବାଲୁଗାଁ ଅବକାରୀ ଏଏସଆଇ ଭାବେ ବଦଳି ହୋଇଥିଲା।