ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ବିପୁଳ ସମ୍ପତିର ସନ୍ଧାନ ମିଳିଛି । ରାୟଗଡ଼ା ସମେତ ଭୁବନେଶ୍ୱର, କଟକ ଓ ଯାଜପୁରର ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ମାରାଥନ ରେଡ୍ ଚାଲିଛି ।
ଚଢାଉ ବେଳେ କଟକରେ ୧.୮ କୋଟି ଟଙ୍କାର ୪ ମହଲା ଘର ଠାବ କରାଯାଇଛି । ରସୁଲଗଡ଼ରେ ୩ ମହଲା, ପଟିଆରେ ଗୋଟିଏ ଫ୍ଲାଟ ଠାବଭୁବନେଶ୍ୱର, ପୁରୀ, କଟକ, ଯାଜପୁରରେ ୮ଟି ପ୍ଲଟ ଠାବ ହୋଇଛି । ଡିଏଫଓ ଘରୁ ନଗଦ ୧. ୨୪ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ ଗୋଟିଏ କାର୍ ଓ ୨ଟି ବାଇକ ଜବତ କରାଯାଇଛି । ରାୟଗଡ଼ା କାଳୀପୂଜା ପଡ଼ିଆରେ ଥିବା ସରକାରୀ କ୍ୱାର୍ଟର୍ସ, ରାଣୀଗୁଡ଼ା ଫାର୍ମରେ ଥିବା ଅଫିସରେ ଚାଲିଛି ଚଢ଼ାଉ । ସେହିପରି ଭୁବନେଶ୍ୱର ପଟିଆ କଳାରାହାଙ୍ଗରେ ଥିବା ଆଶୀର୍ବାଦ ପ୍ଲାଜାର ବ୍ଲକ୍-ଏ ତୃତୀୟ ମହଲାରେ ଚାଲିଛି ଭିଜିଲାନ୍ସ ରେଡ୍ । ସମ୍ପର୍କୀୟଙ୍କ ଶିଶୁବିହାରରେ ଥିବା ଭଡ଼ା ଘର, ଯାଜପୁର କଳିଙ୍ଗନଗର ଦାମୋଦରପୁରରେ ଥିବା ପୈତୃକ ଗାଁରେ ଚାଲିଛି ରେଡ୍ । ଡିଏଫଓଙ୍କ କଟକ ସଦର ଥାନା ଶ୍ରୀକୋରୁଆଁ ସ୍ଥିତ ସମ୍ପର୍କୀୟଙ୍କ ଘରେ ଚାଲିଛି ଛାନବିନ୍ । ଡିଏଫଓଙ୍କ ସମ୍ପର୍କୀୟ ସାରଦା ବେହେରାଙ୍କ ବାସଭବନ ଓ ବିବାହ ମଣ୍ଡପରେ ରେଡ୍ ଚାଲିଛି । ଚଢ଼ାଉ ବେଳେ ୮ଡିଏସପି, ୬ ଇନସପେକ୍ଟର ସାମିଲ ଅଛନ୍ତି ।