ଭୁବନେଶ୍ୱର, 4 ଅକ୍ଟୋବର : ଭିଜିଲାନ୍ସ ଜାଲରେ ମାର୍କେଟିଂ ଇନ୍ସପେକ୍ଟର ସୁମନ୍ତ ମଲ୍ଲିକ । ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକର ମାର୍କେଟିଂ ଇନସପେକ୍ଟର ସୁମନ୍ତ ମଲ୍ଲିକ । ଅନ୍ତୋଦ୍ୱୟ ଯୋଜନାରେ ରାସନକାର୍ଡ ଅନ୍ତର୍ଭୁକ୍ତ କରିବା ପାଇଁ ଜଣେ ଆବେଦନକାରୀଙ୍କ ଠାରୁ 14ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁମନ୍ତଙ୍କୁ ମାଡିବସିଛି ଭିଜିଲାନ୍ସ । ସୁମନ୍ତଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହାପରେ ସୁମନ୍ତଙ୍କର 2ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।