ନୂଆଦିଲ୍ଲୀ/ଭୁବନେଶ୍ୱର, 9 ଅଗଷ୍ଟ – ଆମେରିକାର ରାଷ୍ଟ୍ରଦୂତ ଇରିକ୍ ଗରସେଟ୍ଟି ବୁଧବାର ଦିନ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି । ଏହି ସାକ୍ଷାତ ସମୟରେ ସେ ଶିକ୍ଷା, ନବସୃଜନ, ଗବେଷଣା ସମେତ ଆମେରିକା ଓ ଭାରତ ମଧ୍ୟରେ ଦକ୍ଷତା ସହଯୋଗକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆମେରିକା ରାଷ୍ଟ୍ରଦୂତଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ପ୍ରଦାନ କରିଥିଲେ ।