ଭୁବନେଶ୍ୱର : ସ୍ୱାଧୀନତା ଦିବସର ପୂର୍ବ ଦିନରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହ ତେଜସ ରେକ ଯୁକ୍ତ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ଉଦଘାଟନ କରିଛନ୍ତି ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପ୍ରଧାନ କହିଛନ୍ତି ଆଜିର ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ‘ବିକଶିତ ଭାରତ’ରେ ଆଗକୁ ବଢିବା ଦିଗରେ ଏକ ପଦକ୍ଷେପ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେ କହିଛନ୍ତି, ଏହି ତେଜସ୍ ରେକ୍ ଲାଗିବା ପରେ ରାଜଧାନୀ ଏକ୍ସପ୍ରେସ୍ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଚାଲିପାରିବ । ଏଥିରେ ସ୍ୱୟଂଚାଳିତ ଡୋର୍ ସହ ଅତ୍ୟାଧୁନିକ ସିଟ୍, ଯାତ୍ରୀଙ୍କ ପାଇଁ ଅନେକ ସୁବିଧା ଅଛି । ଏହି ସୁବିଧା ଦ୍ୱାରା ଯାତ୍ରୀମାନେ ବିଶେଷ ଭାବରେ ଉପକୃତ ହେବେ । ମୋଦିଜୀଙ୍କ ସମୟରେ ବିକଶିତ ଭାରତରେ ଯାତ୍ରୀ ସୁବିଧା ମହତ୍ୱପୂର୍ଣ୍ଣ ହୋଇଛି । ଆଗରୁ ଆମେ ରେଳ ଅନୁଦାନ ଓ ଅନ୍ୟାନ୍ୟ ଦାବି ପାଇଁ ଦିଲ୍ଲୀକୁ ଲଢେଇ କରିବାକୁ ଯାଉଥିଲେ ମାତ୍ର ମୋଦି ସରକାରରେ ଆଜି ତାହା ସହଜ ହୋଇଛି ବୋଲି ସେ କହିଛନ୍ତି ।