ଅନୁଗୁଳ/ଢେଙ୍କାନାଳ (ଡେଲି ଓଡିଶା ବ୍ୟୁରୋ) – ୨୦୨୪ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ନ୍ୟୁଜ୍ ଏଜେନ୍ସି ପିଟିଆଇ ସହିତ ଏକ ସାକ୍ଷାତକାରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ୨୦୨୪ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ମୁଁ ଚାହୁଁଛି ଆଉ ଦଳ ପାଖରେ ମୋତେ ଏକ ସୁଯୋଗ ଦେବାକୁ ଅନୁରୋଧ ମଧ୍ୟ କରିଛି ।
ଗତ କାଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିଟିଆକୁ ସୂଚନା ଦେଇ କହିଛନ୍ତି ଯେ ସେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନରେ ଓଡିଶାରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି । ସେ ସିଧା ସଳଖ ପିଟିଆଇକୁ ସାକ୍ଷାତକାରରେ କହିଛନ୍ତି,” ମୁଁ ଏ ସମ୍ପର୍କରେ ଦଳକୁ ଅନୁରୋଧ କରିଛି”।
ଏହି ସାକ୍ଷାତକାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୁଁ ବିରୋଧୀ ମେଂଟ ‘ଇଣ୍ଡିଆ’କୁ ମଧ୍ୟ ଏକ ଆହ୍ୱାନ ବୋଲି ମନେ କରୁଛି । ବିଜେପି ଏବଂ ଏନଡିଏର ଲୋକମାନେ କୌଣସି ନିର୍ବାଚନକୁ ହାଲୁକା ଭାବେ ଗ୍ରହଣ କରନ୍ତି ନାହିଁ ବୋଲି ସେ କହିଛନ୍ତି ।
ତେବେ ପିଟିଆକୁ ଧର୍ମେନ୍ଦ୍ର ଲୋକ ସଭା ନିର୍ବାଚନ ଲଢିବା ନେଇ ସୂଚନା ଦେବା ପରେ ଏବେ ସେ କେଊଁ ଲୋକ ସଭା ଆସନରୁ ନିର୍ବାଟନ ଲଢିବେ ସେ ନେଇ ତାଙ୍କ ରାଜ୍ୟ ଓଡିଶାରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘର ଅନୁଗୁଳ ଜିଲ୍ଲା ତାଳଚେର ଅ୍ଂଚଳରେ ।ସେ ଢେଙ୍କାନାଳ ଲୋକ ସଭା ଆସନ କିମ୍ବା ସମ୍ବଲପୁର ଲୋକ ସଭା ଆସନରୁ ଲଢି ପାରନ୍ତି । ଗତ କିଛି ଦିନ ହେବ ଧର୍ମେନ୍ଦ୍ର ଢେଙ୍କାନାଳ ଲୋକ ସଭା ଆସନର ବିଭିନ୍ନ ସ୍ଥାନ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରୁଥିବା ଦେଖିବାକୁ ମିଳୁଛି । ମଝିରେ ମଝିରେ ସମ୍ବଲପୁର ଆସନର ବିଭିନ୍ନ ସ୍ଥାନକୁ ମଧ୍ୟ ଗସ୍ତ କରୁଛନ୍ତି । ତେବେ ପ୍ରାୟତଃ ସେ ଢେଙ୍କାନାଳ ଲୋକ ସଭୀ ଆସନରୁ ପ୍ରତିନ୍ଦ୍ବନ୍ଦିତା କରିବା ନେଇ ଏକ ପ୍ରକାର ସ୍ପଷ୍ଟତା ବାରି ହୋଇ ପଡୁଛି।କାରଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କର ନିଜ ଘର ତାଳଚେର ହୋଇଥିବାବେଳେ ସେ ଗତ 1985 ମସିହାରେ ତାଳଚେର ମହାବିଦ୍ୟାଳୟରେ ଛୀତ୍ର ସଂସଦ ନିର୍ବାଚନରେ ସଭାପତିଭାବେ ନିର୍ବାଚିତ ହୋଇଥିଲେ ।
ସେହିଭଳି ସେ ଗତ 2000 ମସିହାରୁ 2004 ମସିହା ପର୍ଯ୍ୟନ୍ତି ପାଳଲହଡାର ବିଧାୟକଭାବେ ନିର୍ବାଚିତ ହୋଇଥିଲେ । 2004 ମସିହାରେ ସେ ଦେବଗଡ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେତେବେଳେ ଅନୁଗୁଳ ଜିଲ୍ଲାର ତାଳଚେର ଓ ପାଳଲହଡା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଦେବଗଡ ଲୋକ ସଭାରେ ଅନ୍ତର୍ଭୁକ୍ତ ଥିଲା । ତେଣୁ ସେବେଠାରୁ ଊଭୟ ତାଳଚେର ଓ ପାଳଲହଡା ବିଧାନସଭା ଆସନର ଲୋକମାନଙ୍କ ସହ ତାଙ୍କର ସଂପର୍କ ରହିଆସିଛି ।ଏବେ ଅନୁଗୁଳ,ତାଳଚେର,ହିନ୍ଦୋଳ,ଢେଙ୍କନାଳ,କାମାକ୍ଷାନଗର ଓ ଗନ୍ଦିଆ ଆଦି ବିଧାନ ସଭା କ୍ଷେତ୍ରର ବିଭିନ୍ନ ସ୍ଥାନକୁ ଗସ୍ତ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।ତେଣୁ ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି ଯେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଲୋକ ସଭା ଆସନରୁ ନିର୍ବାଚନ ଲଢିବା ନେଇ ଏକ ପ୍ରକାର ସୁନିଶ୍ଚିତ ।
ପୂର୍ବରୁ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ପ୍ରତଦ୍ବନ୍ଦିତା କରି ଆସୁଥିଲେ ।କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକ ସଭା ନିର୍ବାଚନ ଲଢିବା ନେଇ ସୂଚନା ଦେବା ପରେ ତାଙ୍କ କର୍ମୀ ମହଲରେ ଖୁସିର ଲହରି ଖେଳି ଯାଇଛି ।