ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପୁଣି ଥରେ ଅମର୍ଦ୍ଦା ଏୟାରଷ୍ଟ୍ରିପ୍କୁ ନେଇ ବର୍ଷିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର ମୟୁରଭଂଜର ବିକାଶ ଚାହୁଁ ନାହାନ୍ତି । ରାଜ୍ୟ ସରକାର ମୟୂରଭଞ୍ଜ ପାଇଁ ଅବହେଳା କରୁଛନ୍ତି । ୨୩ ବର୍ଷ ହେଲା ମୟୂରଭଞ୍ଜବାସୀଙ୍କୁ ଭଣ୍ଡେଇ ଚାଲିଛନ୍ତି ବୋଲି ସେ କହିଛନ୍ତି ଯେ ଅମର୍ଦା ଏୟାର ଷ୍ଟ୍ରିପ୍ ହୋଇପାରିଲେ ଅଞ୍ଚଳର ବିକାଶ ହୋଇପାରିବ । କେନ୍ଦ୍ର ତାଗିଦ କରିବାରୁ ଶେଷରକେ ରାଜ୍ୟ ସରକାର ମଞ୍ଜୁର ୨୬ କୋଟି ଦେଲେ । ଜମି ହସ୍ତାନ୍ତର ପାଇଁ ସବୁ ପ୍ରସ୍ତୁତି ସରିଥିଲା ବେଳେ ଜିଲ୍ଲାପାଳ ଗଲେନି ବୋଲି ସେ କହିଛନ୍ତି ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟୁଡୁ କହିଛନ୍ତି,
ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ବ୍ୟବହାର ହେଉଥିଲା ଅମର୍ଦ୍ଦା ଏୟାର ଷ୍ଟ୍ରିପ । ଏସିଆର ସର୍ବବୃହତ୍ ଏୟାରଷ୍ଟ୍ରିପ ଅମର୍ଦ୍ଦା । ଏହି ଏୟାର ଷ୍ଟ୍ରିପ କାର୍ଯ୍ୟକ୍ଷମ ହୋଇଥିଲେ, କେନ୍ଦୁଝର ସମେତ ଖଡଗପୁର ପର୍ଯ୍ୟନ୍ତ ଲୋକ ଉପକୃତ ହୋଇଥାନ୍ତେ । ମୟୂରଭଞ୍ଜ ଅଞ୍ଚଳରେ ପର୍ଯ୍ୟଟନ ବିକାଶ ହୋଇଥାନ୍ତା । ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ବିକାଶ ହୋଇଥାନ୍ତା । କିନ୍ତୁ ରାଜ୍ୟ ସରକାର କରାଇ ଦେଲେ ନାହିଁ ।
ଭାରତ ସରକାର ରାଜ୍ୟ ସରକାରଙ୍କୁ ଜମି ବାବଦକୁ 26 କୋଟି ଟଙ୍କା ଜମା କରିବାକୁ କହିଥିଲେ । କିନ୍ତୁ ରାଜ୍ୟ ସରକାର କହିଲେ କେନ୍ଦ୍ର ସରକାର ଟଙ୍କା ଛାଡ କରନ୍ତୁ । ତେବେ ଏଠି ପ୍ରଶ୍ନ ଉଠୁଛି, ଯେତେବେଳେ ରାଜ୍ୟ ସରକାର ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦେଉଛନ୍ତି । କିନ୍ତୁ 26 କୋଟି ଟଙ୍କା ଏୟାର ଷ୍ଟ୍ରିପ ପାଇଁ ଦେବାକୁ କାହିଁକି ରାଜି ହେଉନଥିଲେ ? ପ୍ରତିରକ୍ଷା ବିଭାଗ ତାଗିଦ କଲା ପରେ ରାଜ୍ୟ ସରକାର 26 କୋଟି ଟଙ୍କା ଦେଲେ ।
ଜମି ହସ୍ତାନ୍ତର ଲାଗି ସବୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଜିଲ୍ଲାପାଳ କାର୍ଯ୍ୟକ୍ରମକୁ ଗଲେ ନାହିଁ । ଜିଲ୍ଲାପାଳ କହିଲେ ରାଜ୍ୟ ସରକାର ମତେ ମନା କରିଛନ୍ତି । ମୟୂରଭଞ୍ଜ ଓଡ଼ିଶା ବାହାରେ କି ବୋଲି ପ୍ରଶ୍ନ କଲେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ?
ବିଜେଡ଼ିର କିଛି ଦଲାଲ ମାନଙ୍କ ଜରିଆରେ ସଭା ସ୍ଥଳକୁ ଯିବା ପାଇଁ ଲୋକ ଏବଂ ଗଣମାଧ୍ୟମକୁ ଅଟକାଇଥିଲେ । ଉଦ୍ଦେଶ୍ୟ ଥିଲା ସଭାକୁ ଭଣ୍ଡୁର କରିବା ପାଇଁ ।
ସେ କହିଛନ୍ତି, ରାଜ୍ୟ ସରକାର ମୟୂରଭଞ୍ଜ ପ୍ରତି ଅବହେଳା କରୁଛନ୍ତି । ମୟୂରଭଞ୍ଜ ବିକାଶ ପାଇଁ କେନ୍ଦ୍ର ସରକାର 45 କୋଟି ଟଙ୍କା ମଞ୍ଜୁର କରିଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କର ଆଗ୍ରହ ନାହିଁ । 23 ବର୍ଷ ଧରି ମୟୂରଭଞ୍ଜବାସୀଙ୍କୁ ଭଣ୍ଡେଇଛନ୍ତି ରାଜ୍ୟ ସରକାର । 23 ବର୍ଷ ଧରି ରାଜ୍ୟ ସରକାର କଣ କରୁଥିଲେ ? ଏୟାର ପୋର୍ଟ କାହିଁକି କଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଶ୍ୱେଶ୍ୱର ଟୁଡୁ । ମୟୂରଭଞ୍ଜ ବାସୀଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର । ମୟୂରଭଞ୍ଜ ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ଅଛି । କିନ୍ତୁ ଏସବୁର ବିକାଶ ରାଜ୍ୟ ସରକାର କରୁନାହାନ୍ତି । ଭାରତ ସରକାର 50 ଲକ୍ଷରୁ ଅଧିକ ଟଙ୍କା ଦେଇ ପର୍ଯ୍ୟଟନ ସ୍ଥଳର ବିକାଶ କରିବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । କିନ୍ତୁ ରାଜ୍ୟ ସରକାର 10/20 ଲକ୍ଷ ଟଙ୍କା ଦେଇ ସବୁ କରିଦେବେ ବୋଲି କହୁଛନ୍ତି । କେନ୍ଦ୍ର ସରକାର ନାଁ ନେଇଯିବେ ବୋଲି ରାଜ୍ୟ ସରକାର ସବୁ କିଛି ପଛଘୁଞ୍ଚା ଦେଉଛନ୍ତି । ଶିଳ୍ପ କ୍ଷେତ୍ରରେ ବି ମୟୂରଭଞ୍ଜ ପ୍ରତି ଅବହେଳା କରିଛନ୍ତି ରାଜ୍ୟ ସରକାର ।