ନୂଆଦିଲ୍ଲୀ : ଦେଶରେ ଡେଙ୍ଗୁ ଜ୍ୱର ପ୍ରାଦୁର୍ଭାବ, ଏହାର ସ୍ଥିତି ଏବଂ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ଏକ ଉଚ୍ଚସ୍ତରୀୟ ବୈଠକର ସମୀକ୍ଷା କରିଛନ୍ତି । ଏବେ ଦେଶବ୍ୟାପୀ ଡେଙ୍ଗୁର ପ୍ରାଦୁର୍ଭାବ ବଢିଥିବାରୁ ଏହାର ନିୟନ୍ତ୍ରଣ ଏବଂ ନିରାକରଣ ଜରୁରୀ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ତାଙ୍କୁ ଦେଶବ୍ୟାପୀ ଡେଙ୍ଗୁର ସ୍ଥିତି ଏବଂ ଏହାର ମୁକାବିଲା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ ।