ଭୁବନେଶ୍ୱର, 4 ଅକ୍ଟୋବର : ବେକାରୀ ହେଉଛି ସମଗ୍ର ଭାରତ ବର୍ଷର ସମସ୍ୟା । ରାଜ୍ୟରେ ବେକାରୀ ସମସ୍ୟା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ସେ କହିଛନ୍ତି ଯେ, ବେକାରୀ ଓ ବେରୋଜଗାରୀ ହ୍ରାସ ହେବା ଦରକାର । ସିଏମଆଇଆର ରିପୋର୍ଟ ବି କିଛି ଦିନ ତଳେ କହିଥିଲା କି ଓଡିଶାରେ ବେକାରୀ କମିଛି । ବେକାରୀ ହେଉଛି ସମଗ୍ର ଭାରତ ବର୍ଷର ସମସ୍ୟା । ତାକୁ କମେଇବା ଦରକାର । ଶିଳ୍ପ ଓ କୃଷି, ପର୍ଯ୍ୟଟନ କ୍ଷେତ୍ରରେ ଭ୍ୟାଲୁ ଆଡ଼ିସନ କରି ଅଧିକ ଲୋକଙ୍କୁ ନିଯୁକ୍ତି ଦେବା ସହ ଆତ୍ମ ନିଯୁକ୍ତି ବଢ଼େଇବା ପାଇଁ ରାଜ୍ୟ ସରକାର ସେଥିପାଇଁ ସବୁବେଳେ ତତ୍ପର ବୋଲି ବିଜେଡି ବିଧାୟକ କହିଛନ୍ତି ।
Related Stories
December 7, 2024