ଭୁବନେଶ୍ୱର : ମହିଳା ସଶକ୍ତିକରଣ ନାମରେ ରାଜ୍ୟ ସରକାର ମିଶନ ଶକ୍ତି ମହିଳାଙ୍କୁ ତାଙ୍କ ଉପରେ ଆକ୍ରମଣ ପାଇଁ ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧୃତରାଷ୍ଟ୍ର ନ ସାଜି ରାଜଧର୍ମ ପାଳନ କରନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି ।
ଶ୍ରୀମତୀ ଷଡଙ୍ଗୀ ତାଙ୍କ ଉପରେ ମିଶନ ଶକ୍ତିର ମହିଳା ମାନେ ଆକ୍ରମଣ କରୁଥିବାର ଫଟୋକୁ ଶେୟାର କରିଛନ୍ତି । ମିଶନ ଶକ୍ତିର ମହିଳା ମାନଙ୍କ ହାତରେ ପଥର, ଅଣ୍ଡା ଓ କଳାପତାକା ରହିଛି । ପୋଲିସର ଉପସ୍ଥିତି ମଧ୍ୟ ରହିଛି । ଏହି ଭଳି ଫଟୋକୁ ଶେୟାର କରିବା ସହ ଶ୍ରୀମତୀ ଷଡଙ୍ଗୀ ଲେଖିଛନ୍ତି ମହିଳା ସଶକ୍ତିକରଣ ନାମରେ ରାଜ୍ୟ ସରକାର ମିଶନ ଶକ୍ତି ମହିଳାମାନଙ୍କୁ ଜଣେ ଲୋକ ମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଓ ଲୋକଙ୍କ ଆଶୀର୍ବାଦ ଥିବା ମହିଳା ସାଂସଦଙ୍କ ଉପରେ ଆକ୍ରମଣ କରାଇବାରେ ବ୍ୟବହାର କରୁଛନ୍ତି । ଏହା ହେଉଛି ମିଶନ ଶକ୍ତିର ପ୍ରକୃତ ଚେହେରା ବୋଲି ସେ କହିଛନ୍ତି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧୃତରାଷ୍ଟ୍ର ନ ସାଜି ରାଜଧର୍ମ ପାଳନ କରନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି ।