ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ କେ.ଖରିଡ଼ା ଗ୍ରାମପଞ୍ଚାୟତର କେ.ଖରିଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏହିଭଳି ଦୁଃଖଦ ଘଟଣା।
କେ.ଖାରିଡ଼ା ଗ୍ରାମର ସବିତା ମହାନ୍ତି ସ୍ୱାମୀ ଭଗବାନ ମହାନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ବ୍ଲକକୁ ଯାଇ ନିରାଶ ହୋଇ ଫେରୁଛନ୍ତି । ଏହି ବିଷୟ ନେଇ ବି. ଡି.ଓ.ଙ୍କୁ ଅବଗତ କଲା ପରେ ମଧ୍ୟ କିଛି ସୁଫଳ ମିଳି ନାହିଁ। ଆଜି କାଲି କହି ଦିନ ଗଡ଼େଇବାରେ ଲାଗିଛନ୍ତି। ଅନ୍ୟ ବ୍ୟାଙ୍କରେ ଖାତା ରହିଥିବାରୁ ଏପରି ହେଉଛି ବୋଲି ସଫେଇ ଦେଉଛନ୍ତି। କାରଣ ସେମାନେ ପ୍ରବାସୀ ଭାବରେ ଚେନ୍ନାଇରେ କାମ କରୁଥିଲେ। ଆବାସ ଯୋଜନା କାର୍ଯ୍ୟାଦେଶ ଆସିବାରୁ ଗ୍ରାମକୁ ଆସି ଘର କାମ ଧାର କରଜ କରି ଆରମ୍ଭ କରିଛନ୍ତି । ନିଜର ଘର କାମ ଯେତେ ଶୀଘ୍ର ସରିବ ସେହି ଅପେକ୍ଷାରେ ପରିବାର । ଅନ୍ୟ ପଟେ ଘର ଅପେକ୍ଷାରେ ଦାଦନ ଦୁଃଖ । ୧୯/୦୬/୨୦୨୩ ରେ କାର୍ଯ୍ୟାଦେଶ ପାଇଛନ୍ତି ହେଲେ ଆଜ କୁ ପାଖା ପାଖି ୫୦ ଦିନ ହେଲାଣି ଏ ପର୍ଯ୍ୟନ୍ତ ପ୍ରଥମ କିସ୍ତି ଟଙ୍କା ଆସିନାହିଁ। ଅନ୍ୟ ପଟେ ଘର ତିଆରି କରିବାକୁ କହିବାରୁ ପ୍ରଥମେ ଥିବା ଚାଳ ଛପର ଘର ଭାଙ୍ଗି ଦେଇଥିବାରୁ ଅସରାଏ ବର୍ଷା ହେଲେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ପରିବାର ଲୋକେ।
ସରକାରଙ୍କ ନିୟମ ଅନୁସାରେ, ୪ ମାସ ମଧ୍ୟରେ ନ ସରିଲେ ପ୍ରୋତ୍ସାହନମୂଳକ ରାଶି ୨୦ ହଜାର ମିଳିପାରିବ ନାହିଁ । ତେବେ ଏଥିପାଇଁ କିଏ ଦାୟୀ ରହିବେ ତାକୁନେଇ ଉଠିଛି ପ୍ରଶ୍ନ ? ଗୋଟିଏ ପଟେ ପ୍ରବାସୀ ଦୁଃଖ ଅନ୍ୟ ପଟେ ଘର ସମସ୍ୟା, ତେଣୁ ସେହି ପରିବାରକୁ ଅତିଶିଘ୍ର କିସ୍ତି ଟଙ୍କା ପ୍ରଦାନ କରିବାକୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।