ବଲାଙ୍ଗୀର, ୦୫ ଅକ୍ଟୋବର – ପାଣି ପାଇଁ ଆନ୍ଦୋଳନ, ପିଇବା ପାଣି ମିଳୁନଥିବାରୁ ପାଣି ଟାଙ୍କି ଉପରେ ଚଢି ଅଭିନ୍ୱ ପ୍ରତିବାଦ କରୁଛନ୍ତି ଦୁଇ ଜିଲ୍ଲାପରିଷଦ ସଭ୍ୟା । ଏହି ଘଟଣା ଘଟିଛି ବଲାଙ୍ଗୀର ବେଲପଡା ବ୍ଲକରେ । ଦୀର୍ଘ ଦିନ ହେବ ନିର୍ମାଣ ହୋଇ ପାଣି ଟାଙ୍କି ଚାଲୁ ନଥିବାରୁ ଗତ ୨ ତାରିଖରୁ ଧୂମାଭଟା ଗାଁରେ ଧାରଣା ରେ ବସିଥିଲେ ବେଲପଡା ବ୍ଲକ ୨୬ ନମ୍ବର ଜିଲ୍ଲା ପରିଷଦ ଅନିମା ଦାସ । କିନ୍ତୁ ଏହାର କିଛି ସୁଫଳ ନମିଳିବାରୁ ଆଜି ଧୂମାଭଟା ଗାଁରେ ଥିବା ପାଣିଟାଙ୍କି ଉପରକୁ ଚଢି ଧାରଣା ଦେଇଛନ୍ତି ।
ପ୍ରାୟ ୫୦ ଫୁଟ ଉପର କୁ ଚଢି ଧାରଣା ଦେଇଥିବା ବେଳେ ଦାବି ପୂରଣ ନହେବା ପ୍ରଯ୍ୟନ୍ତ ତଳକୁ ଓଲ୍ହାଇ ବୁନି ଚେତାବନୀ ଦେଉଛନ୍ତି । ଘଟଣା ସ୍ଥଳ ରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପହଂଚି ବୁଝାସୁଝା କଲେ ବି ନିଜ ଜିତ ରେ ଅଡି ବସିଛନ୍ତି ଦୁଇ ଜିଲ୍ଲା ପରିଷଦ । ଅନିମା ଦାସ ଏବଂ୨୫ ନମ୍ବର ଜିଲ୍ଲା ପରିଷଦ ଶବ୍ଦ ମିର୍ଧା ମଧ୍ୟ୍ୟ ଟାଙ୍କି ଉପରକୁ ଚଢି ଆନ୍ଦୋଳନ କରୁଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।