ଭୁବନେଶ୍ୱର, 4 ଅକ୍ଟୋବର:ସମ୍ବଲପୁର କୁଚିଣ୍ଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ୨ଜଣଙ୍କର ମୃତ୍ୟୁ ହୋଇଛି । କୁଚିଣ୍ଡା ଥାନା ପରୁଆଭାଡି ପଞ୍ଚାୟତ ଅଫିସ ସମ୍ମୁଖରେ ଘଟିଛି ଦୁର୍ଘଟଣା। ଘଟଣା ସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କ୍ଷତିପୂରଣ ଦାବିରେ ଟାୟାର ଜାଳି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଅନ୍ୟପଟେ ଉତ୍ତେଜନା ସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି ।
