– କାଳୁପଡାଘାଟରେ ପ୍ରଶାନ୍ତି ଏକ୍ସପ୍ରେସ, ନରାଜ ମାର୍ଥାପୁରରେ ପୁରୀ-ଅଜମେର, ଯଖପୁରାରେ ଜନ ଶତାବ୍ଦୀ, ଦାମନଯୋଡିରେ ସମଲେଶ୍ୱରୀ, ମେରାମଣ୍ଡଳୀରେ ପୁରୀ-ଦୁର୍ଗ ଏବଂ ନରାଜ ମାର୍ଥାପୁର ଓ ମେରାମଣ୍ଡଳୀ ଷ୍ଟେସନରେ ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ ପରୀକ୍ଷାମୂଳକ ଭାବେ ରହଣି କରିବ
ଭୁବନେଶ୍ୱର, 19 ଅଗଷ୍ଟ – ଯାତ୍ରୀମାନଙ୍କ ସୁବିଧା ପାଇଁ, ବିଭିନ୍ନ ଷ୍ଟେସନରେ ବିଭିନ୍ନ ଏକ୍ସପ୍ରେସ୍ ଟ୍ରେନଗୁଡିକର ପରୀକ୍ଷାମୂଳକ ରହଣି ପାଇଁ ନିଷ୍ପତି ନେଇଛି ପୂର୍ବତଟ ରେଳବାଇ ।
୧୨୦୭୪/୧୨୦୭୩ ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ ୨୦ ଅଗଷ୍ଟ ଠାରୁ ଯଖପୁରା ରେଳ ଷ୍ଟେସନରେ ରହଣି କରିବ । ଭୁବନେଶ୍ୱରରୁ ଏହି ଟ୍ରେନ୍ ସକାଳ ୦୭ଘ.୧୧ମି.ରେ ପହଂଚି ୦୭ଘ.୧୩ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ । ଫେରିବା ମାର୍ଗରେ ହାଓଡ଼ାରୁ ଆସୁଥିବା ଏହି ଟ୍ରେନ୍ ସନ୍ଧ୍ୟା ୦୬ଘ.୧୩ମି.ରେ ପହଂଚି ୦୬ଘ.୧୫ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ ।
୧୮୪୨୫/୧୮୪୨୬ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ୨୦ ଅଗଷ୍ଟ ଠାରୁ ମେରାମଣ୍ଡଳୀ ରେଳ ଷ୍ଟେସନରେ ରହଣି କରିବ । ପୁରୀରୁ ଏହି ଟ୍ରେନ୍ ରାତ୍ରି ୧୦ଘ.୩୦ମି.ରେ ପହଂଚି ୧୦ଘ.୩୧ମି.ରେ ଦୁର୍ଗ ଅଭିମୁଖେ ଯାତ୍ରା କରିବ । ଫେରିବା ମାର୍ଗରେ ଦୁର୍ଗରୁ ଏହି ଟ୍ରେନ୍ ଭୋର ୦୫ ଘଟିକାରେ ପହଂଚି ୦୫ଘ.୦୧ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ ।
୨୨୮୩୯/୨୨୮୪୦ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ ୨୦ ଅଗଷ୍ଟ ଠାରୁ ମେରାମଣ୍ଡଳୀ ରେଳ ଷ୍ଟେସନରେ ରହଣି କରିବ । ରାଉରକେଲା ଠାରୁ ଆସୁଥିବା ଏହି ଟ୍ରେନ୍ ମେରାମଣ୍ଡଳୀରେ ପୂର୍ବାହ୍ନ ୧୦ଘ.୧୪ମି.ରେ ପହଂଚି ୧୦ଘ.୧୫ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ । ଫେରିବା ମାର୍ଗରେ ଭୁବନେଶ୍ୱରରୁ ଏହି ଟ୍ରେନ୍ ଅପରାହ୍ନ ୦୩ଘ.୦୯ମି.ରେ ପହଂଚି ୦୩ଘ.୧୦ମି.ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ ।
୧୮୦୦୫/୧୮୦୦୬ ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ୨୦ ଅଗଷ୍ଟ ଠାରୁ ଦାମନଯୋଡି ଷ୍ଟେସନରେ ରହଣି କରିବ । ହାଓଡ଼ାରୁ ଆସୁଥିବା ଏହି ଟ୍ରେନ୍ ଦାମନଯୋଡି ଷ୍ଟେସନରେ ସନ୍ଧ୍ୟା ୦୬ଘ.୧୩ମି.ରେ ପହଂଚି ୦୬ଘ.୧୫ମି.ରେ ଜଗଦଲପୁର ଅଭିମୁଖେ ଯାତ୍ରା କରିବ । ଫେରିବା ମାର୍ଗରେ ଜଗଦଲପୁରରୁ ଏହି ଟ୍ରେନ୍ ସକାଳ ୦୭ଘ.୪୮ମି.ରେ ପହଂଚି ୦୭ଘ.୫୦ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ ।
୧୮୪୬୩/୧୮୪୬୪ ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ୨୦ ଅଗଷ୍ଟ ଠାରୁ କାଳୁପଡାଘାଟ ରେଳ ଷ୍ଟେସନରେ ରହଣି କରିବ । ଭୁବନେଶ୍ୱରରୁ ଛାଡୁଥିବା ଏହି ଟ୍ରେନ୍ କାଳୁପଡାଘାଟ ଷ୍ଟେସନରେ ସକାଳ ୦୬ଘ.୩୬ମି.ରେ ପହଂଚି ୦୬ଘ.୩୮ମି.ରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବ । ଫେରିବା ମାର୍ଗରେ ବେଙ୍ଗାଲୁରୁରୁ ଏହି ଟ୍ରେନ୍ ସନ୍ଧ୍ୟା ୦୫ଘ.୨୩ମି.ରେ ପହଂଚି ୦୫ଘ.୨୫ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ ।
୨୦୮୨୩/୨୦୮୩୪ ପୁରୀ-ଅଜମେର-ପୁରୀ ଏକ୍ସପ୍ରେସ ସେପ୍ଟେମ୍ବର ପହିଲା ଠାରୁ ପୁରୀରୁ ଓ ଆଜମୀର ଠାରୁ ଆସୁଥିବା ଟ୍ରେନ ସେପ୍ଟେମ୍ବର ୦୨ ତାରିଖ ଠାରୁ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ରହଣି କରିବ । ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ରାତ୍ରି ୧୨ଘ.୫୩ମି.ରେ ପହଂଚି ୧୨ଘ.୫୫ମି.ରେ ଅଜମେର ଅଭିମୁଖେ ଯାତ୍ରା କରିବ । ଫେରିବା ମାର୍ଗରେ ଅଜମେରରୁ ଏହି ଟ୍ରେନ୍ ନରାଜ ଠାରେ ପୂର୍ବାହ୍ନ ୧୧ଘ.୫୫ମି.ରେ ପହଂଚି ୧୧ଘ.୫୭ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ ।
୨୨୮୩୯/୨୨୮୪୦ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ ୨୦ ଅଗଷ୍ଟ ଠାରୁ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ରହଣି କରିବ । ରାଉରକେଲା ଠାରୁ ଏହି ଟ୍ରେନ୍ ପୂର୍ବାହ୍ନ ୧୧ଘ.୨୫ମି.ରେ ପହଂଚି ୧୧ଘ.୨୭ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ । ଫେରିବା ମାର୍ଗରେ ଭୁବନେଶ୍ୱରରୁ ଏହି ଟ୍ରେନ୍ ନରାଜ ଠାରେ ଅପରାହ୍ନ ୦୨ ଘଟିକାରେ ରେ ପହଂଚି ୦୨ଘ.୦୨ମି.ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ ।