ବଲାଙ୍ଗିର : ଆଜି ସକାଳୁ ବୋରିଗୁମା – ବରଗଡ଼ ଜାତୀୟ ରାଜପଥରେ ଆର୍.ଟି.ଓ. ଅଫିସ ଛକ ଠାରେ ଦ୍ରୁତ ଗତିରେ ଆସୁଥିବା ଏକ ଘରୋଇ କମ୍ପାନୀର ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ୟାଙ୍କରଟି ରାସ୍ତା କଡରେ ଥିବା ଏକ ବିରାଟ ଲିମ୍ବ ଗଛକୁ ଧକ୍କା ଦେଇଥିଲା। ଫଳରେ ଗଛଟି ମୂଳରୁ ଉପୁଡ଼ି ପଡିଥିବା ବେଳେ ଗାଡ଼ି କ୍ଷତିଗ୍ରସ୍ତ ହୋଇ ଡ୍ରାଇଭର ଗୁରୁତର ହୋଇଛି। ଉପୁଡ଼ି ପଡିଥିବା ଗଛକୁ କଟାଯାଇ ରାସ୍ତା ଖାଲି କରାଯାଇ ଗୁରୁତର ଡ୍ରାଇଭରକୁ ଭୀମଭୋଇ ମେଡିକାଲ କଲେଜରେ ଭର୍ତି କରାଯାଇଛି।