ଭୁବନେଶ୍ୱର : ରାୟଗଡାରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ବନ୍ଦ ଯୋଗୁ ଜିଲ୍ଲାରେ ଗଡୁନି ବସ୍ । ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ ଯୋଗୁ ରାୟଗଡାରୁ ସମସ୍ତ ରୁଟକୁ ବସ ଚଳାଚଳ ବନ୍ଦ ରହିଛି । ଗତକାଲି ଠାରୁ ସମସ୍ତ ରୁଟ୍ ବନ୍ଦ ରହିବା କାରଣରୁ କାଲିଠାରୁ ଫସିରହିଛନ୍ତି ଯାତ୍ରୀ । ଘରୋଇ ବସ ସହିତ ସରକାରୀ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାରେ ପଡିଛନ୍ତି ।