କୋଲକାତା : ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସମେତ କିଛି ଜିଲ୍ଲାରେ ମୂଷଳଧାରାରେ ବର୍ଷା ଲାଗିରହିଛି । କିଛିଦିନ ହେବ ଲଗାଣ ବର୍ଷା ଯୋଗୁ ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ ଜଳମଗ୍ନ ହୋଇପଡିଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ଗତ 4ଦିନ ହେବ ଲଗାଣ ବର୍ଷା ଯୋଗୁ କୋଲକାତାର ବଡାବଜାର, ଦମଦମ, କାଙ୍କୁଡିଗାଛି ଅଣ୍ଡରପାସ୍, ଖିଦିରପୁର, ସେଣ୍ଟ୍ରୋଲ ଏଭିନ୍ୟୁ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି । କୋଲକାତା ନଗର ନିଗମରେ ଜଳ ନିଷ୍କାସନ ବ୍ୟବସ୍ଥା ଏକ ପ୍ରକାର ଠପ୍ ହୋଇପଡିଛି । ଫଳରେ ସହରରୁ ଜଳ ନିଷ୍କାସନ କରାଯାଇପାରୁନିାହିଁ ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଗତ 24ଘଣ୍ଟାରେ 23.6 ମିଟର ବର୍ଷା ରେକର୍ଡ ହୋଇଛି । ଫଳରେ ଅଧିକାଂଶ ଅଞ୍ଚଳ ପାଣିରେ ବୁଡିରହିଛି । କୋଲକାତାର ସର୍ବନିମ୍ନ ତାପମାତ୍ରା 26.1 ଡିଗ୍ରୀ ରେକର୍ଡ ସେଲସିୟସ ଓ ସର୍ବାଧିକ ତାପମାତ୍ରା 29.5ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଯାହାକି ସାମନ୍ୟ ତାପମାତ୍ରା ଠାରୁ 3ଡିଗ୍ରୀ କମ୍ ।
ହାୱଡା, ହୁଗୁଳି, ଉତ୍ତର ଓ ଦକ୍ଷିଣ 24 ପ୍ରଗଣା, ପୂର୍ବ ଏବଂ ପଶ୍ଚିମ ମେଦିନାପୁର, ପୁରୁଲିୟା, ବାଙ୍କୁଡା ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଳଗାଣ ବର୍ଷା ଜାରି ରହିଛି ।