ନୂଆଦିଲ୍ଲୀ, 26 ଫେବୃଆରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦ୍ୱିପ୍ରହର 12.30 ବେଳେ ଭିସି ଜରିଆରେ 41ହଜାର କୋଟି ଟଙ୍କାରୁ ଅଧିକର ପ୍ରାୟ 2ହଜାର ରେଲୱେ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁସାରେ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେସନ ଯୋଜନା ଆଧାରରେ 19ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର 553 ରେଲୱେ ଷ୍ଟେସନର ପୁନର୍ବିକାଶର ଆଧାରଶିଳା ରଖିଛନ୍ତି । ପୁନର୍ବିକାଶ ଗୋମତୀ ନଗର ରେଲୱେ ଷ୍ଟେସନର ମଧ୍ୟ ଉଦଘାଟନ କରିଛନ୍ତି । ଏହାସହିତ ପ୍ରାୟ 21,520 କୋଟି ଟଙ୍କାରେ ଦେଶରେ ପ୍ରାୟ 15ଶହ ରୋଡ୍ ଓଭରବ୍ରିଜ ଓ ଅଣ୍ଡରପାସର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।