ଭୋପାଳ : ଆଜି ହେଉଛି ରାଷ୍ଟ୍ରକବି ରାମଧାରୀ ସିଂହ ଦିନକରଙ୍କ ଜୟନ୍ତୀ ଏବଂ ରାଜ ରାଓ ତୁଳାରାମଙ୍କ ପୁଣ୍ୟତିଥି । ରାଷ୍ଟ୍ରକବି ରାମଧାରୀ ସିଂହ ଦିକର ନିଜର ଓଜସ୍ୱୀ ଶବ୍ଦ ଏବଂ କବିତା ଦ୍ୱାରା ଦେଶର ଅନେକ ପୀଢିକୁ ପ୍ରୋତ୍ସାହିତ କରିଥିଲେ । ଆଜି ତାଙ୍କର ଜୟନ୍ତୀ ଅବସରରେ ଦେଶର ଅନେକ ନେତା ଓ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ତାଙ୍କୁ ନମନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ଜାତୀୟତାର ପ୍ରବର୍ତ୍ତକ, ଭାରତୀୟ ଗୌରବଗାନର ପ୍ରତିନିଧି କବି ରାମଧାରୀ ସିଂହ ଦିନକରଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ନମନ ଜଣାଉଛି । ଆପଣଙ୍କ ପରି ଅଦ୍ଭୁତ ସୃଜନକର୍ତ୍ତାଙ୍କର ଅମୂଲ୍ୟ ରଚନା ସର୍ବଦା ସାହିତ୍ୟ ଜଗତର ନିଧିକୁ ସମୃଦ୍ଧ କରି ରଖିବ ।
ମୁଖ୍ୟମନ୍ତ୍ରୀ ଚୌହ୍ୱାନ ଟ୍ୱିଟ କରି ରାଜା ରାଓ ତୁଳାରାମଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ ନିଜର ଟ୍ୱିଟରେ କହିଛନ୍ତି ଯେ, ନିଜର ବୀରତା ଏବଂ ଶୌର୍ଯ୍ୟରେ ଇଂରେଜ ଶାସନକୁ ପରାସ୍ତ କରିଥିବା ମହାନ ରାଜା ରାଓ ତୁଳାରାମଙ୍କୁ ତାଙ୍କର ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଆପଣଙ୍କ ପରାକ୍ରମ ଏବଂ ବୁଦ୍ଧିମତାର ବୀରଗାଥା ଶତାବ୍ଦୀ ଧରି ଦେଶପ୍ରେମର ବାର୍ତ୍ତା ଦେଉଥିବ ।