ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଗାନ୍ଧିନଗରରେ ପଶ୍ଚିମ କ୍ଷେତ୍ରିୟ ପରିଷଦର ୨୬ତମ ବୈଠକରେ ଅଧ୍ୟକ୍ଷତା କରିବେ । ପଶ୍ଚିମ କ୍ଷେତ୍ରିୟ ପରିଷଦରେ ଗୁଜୁରାଟ, ଗୋଆ, ମହାରାଷ୍ଟ୍ର, ଦାଦରା ଏବଂ ନଗର ହବେଲି ତଥା ଡାମନ ଡିଉ ଦୀପ ସାମିଲ୍ ରହିଛି । ଏହି ବୈଠକ କେନ୍ଦ୍ର ଗୃହମନ୍ତ୍ରାଳୟର ଅଧିନ ଅର୍ନ୍ତ ରାଜ୍ୟ ପରିଷଦ ସଚ୍ଚିବାଳୟ ଦ୍ଵାରା ଗୁଜୁରାଟ ସରକାରଙ୍କ ସହଯୋଗରେ ଆୟୋଜିତ ହେଉଛି ।
ଗୃହ ମନ୍ତ୍ରାଳୟର ସୂଚନା ଅନୁସାରେ, ପଶ୍ଚିମ କ୍ଷେତ୍ରିୟ ପରିଷଦର ୨୬ତମ ବୈଠକରେ ସଦସ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସଂଘ ରାଜ୍ୟ କ୍ଷେତ୍ରର ପ୍ରଶାସକଙ୍କ ସହିତ ପ୍ରତ୍ୟେକ ରାଜ୍ୟରୁ ଦୁଇ ଜଣ ଲେଖାଏଁ ବରିଷ୍ଠ ମନ୍ତ୍ରୀ ଏହି ବୈଠକରେ ଯୋଗଦେବେ । ବୈଠକରେ ରାଜ୍ୟ ସରକାର ଏବଂ ସଂଘ ରାଜ୍ୟ କ୍ଷେତ୍ରର ମୁଖ୍ୟ ସଚିବ, ପରାମର୍ଶଦାତା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଥା କେନ୍ଦ୍ର ଗୃହ ସଚିବ, ସଚିବ ଅର୍ନ୍ତ ରାଜ୍ୟ ପରିଷଦ ଏବଂ କେନ୍ଦ୍ର ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଏଥିରେ ଅଂଶଗ୍ରହଣ କରିବେ ।