ଭୁବନେଶ୍ୱର : ଆଜି କଂଗ୍ରେସ ଦଳ ପକ୍ଷରୁ ରେ ଓଡ଼ିଶାର ସମସ୍ତ ୩୧୪ ବ୍ଲକ ଘେରାଉ କରାଯିବ । ପ୍ରଦେଶ କଂଗ୍ରେସ ପକ୍ଷରୁ କୁହା ଯାଇଛି ଯେ ଯେ ୯ ଦଫା ଦାବି ନେଇ ୩୦ ଜିଲ୍ଲାର ୩୧୪ ବ୍ଲକ ଅଫିସି କଂଗ୍ରେସ ତରଫରୁ ଘେରାଉ କରାଯିବ । ଏଥିନିମନ୍ତେ ସମସ୍ତ କଂଗ୍ରେସର ସାଂସଦ, ବିଧାୟକ, ଜିଲ୍ଲା ଓ ବ୍ଲକ କଂଗ୍ରେସର ସଭାପତି, ଯୁବ ଛାତ୍ର, ମହିଳା ଓ ସେବାଦଳ ଏବଂ ସମସ୍ତ ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ମାନଙ୍କ ସମେତ କଂଗ୍ରେସର କର୍ମୀ ଓ ସମର୍ଥକ ଶୁଭେଚ୍ଛୁମାନେ ସାମିଲ ହେବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଆହ୍ୱନ ଦେଇଛନ୍ତି ।