
ଶିମିଳିପାଳକୁ ଆସିଲା ବାଘୁଣୀ ଜିନତ
ଭୁବନେଶ୍ୱର, 15 ନଭେମ୍ବର – ଶିମିଳିପାଳ ଆସିଲା ଜିନତ । ମହାରାଷ୍ଟ୍ର ତଡବା ଅନ୍ଧାରୀ ଜାତୀୟ ଉଦ୍ୟାନରୁ ଆଉ ଏକ ବାଘୁଣୀକୁ ଓଡିଶା ଅଣାଯାଇଛି । ବାଘୁଣୀର ବୟସ 3 ବର୍ଷ ହୋଇଥିବା ବେଳେ ତାର ନାମ ଜିନତ ରହିଛି । ଗତକାଲି ରାତିରେ ବାଘୁଣୀଟି ଶିମିଳିପାଳରେ ପହଁଚିଥିଲା । ଆଜି ବାଘୁଣୀ ଜିନତକୁ ସ୍ପେଶାଲ ଏନକ୍ଲୋଜରରେ ଛଡ଼ାଯିବ । କିଛି ଦିନ ତଳେ ବାଘୁଣୀ ଯମୁନାକୁ ଶିମିଳିପାଳରେ ଛଡା ଯାଇଥିଲା । ଯମୁନା ଏବେ ଶିକାର କରିବା ସହ ଶିମିଳିପାଳ ସହ ନିଜକୁ ଖାପ ଖୁଆଇ ସାରିଛି ।