କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ପିଡିଏସ୍ ଚାଉଳ ରଖିଥିବା ଅଭିଯୋଗ ରେ ଦୋକାନ ଉପରେ ଆଜି ଚଢାଉ କରାଯାଇ ଥିବା ଜଣାପଡିଛି । କେନ୍ଦ୍ରାପଡା ପୈାରାଂଚଳର ସାନ୍ତସାହି ସ୍ଥିତ ଏକ ଚାଉଳ ଦୋକାନରେ ପିଡିଏସ୍ ଚାଉଳ ବିକ୍ରି ହେଉଥିବା ଅଭିଯୋଗ ଜିଲ୍ଲା ଯୋଗାଣ ବିଭାଗ ପାଖରେ ପହଁଚିଥିଲା । ଖବର ପାଇ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଶ୍ରୀନିବାସ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସ, ଏମଆଇ ସୁଚୀସ୍ମିତା ମହାନ୍ତି, ଏସିଏସଓ ଦେବଶ୍ରୀ ମାର୍ଖା ପ୍ରମୁଖ ଦୋକାନରେ ପହଁଚି ତନଖି କରିଥିଲେ । ମାତ୍ର ସେଠାରେ କୈାଣସି ପିଡିଏସ୍ ଚାଉଳ ନଥିବା ଦେଖି ନିରାଶ ରେ ଫେରିଥିଲେ ।