ଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ । କେବଳ ବର୍ଷା ଯୋଗୁଁ ନଦୀରେ ପାଣି ଆସିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ମହାନଦୀ ଉପରମୁଣ୍ଡରେ ବର୍ଷା ହୋଇଛି ମାତ୍ର ଅଧିକ ହୋଇନି । ହାରାହାରି ୩୭ମିମିବର୍ଷା ହୋଇଛି । ତଳମୁଣ୍ଡରେ ବର୍ଷା ନାହିଁ । ହୀରାକୁଦ ଭିତରକୁ ୧.୩୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୨ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି । ବର୍ତମାନ ହୀରାକୁଦର ୧୦ଟି ଗେଟ ଖୋଲା ଅଛି । ଆବଶ୍ୟକ ପଡିଲେ ଆଉ ପାଂଚଟି ଗେଟ ଖୋଲାଯିବ । ସକାଳ ୯ଟା ସୁଦ୍ଧା ଖଇରମାଲ ଠାରେ ୧.୨୭ ଲକ୍ଷ କ୍ୟୁସେକ୍, ମୁଣ୍ଡଳୀ ୯୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଆଜି ରାତି ସୁଦ୍ଧା ଖଇରମାଲରେ ୫ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବ । ୨୪ ଘଂଟା ପରେ ମୁଣ୍ଡଳୀରେ ସମାନ ମାତ୍ରାରେ ଜଳ ପ୍ରବାହିତ ହେବ । ବଂଶଧରା, ଇନ୍ଦ୍ରାବତୀରେ ଭଲ ବର୍ଷା ହୋଇଛି ଯାହା ଜଳଭଣ୍ଡାର ଅଭାବକୁ ପୂରଣ କରିଛି ବୋଲି ସେ କହିଛନ୍ତି ।