ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷା କାରଣରୁ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ପାଣିପାଗ ବିଭାଗର ବୈଜ୍ଞାନିକ ଉମାଶଙ୍କର ଦାଶ ।
ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି,
କଚା ଘର, କଚ୍ଚା ରାସ୍ତା ସହ ମାଟି କାନ୍ଥ ଭୁଶୁଡ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସଚେତନ କରାଯାଇଛି ।
ସେ କହିଛନ୍ତି ଯେ ଗତ ୧୦ ରୁ ୧୨ ଦିନ ହେବ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଥିଲା। ଫଳରେ ୧୦%କମ ବର୍ଷା ରେକର୍ଡ ହୋଇଥିଲା। ଚଳିତ ବର୍ଷା କିଛି ମାତ୍ରା ରେ ନିଅଣ୍ଟିଆ ବର୍ଷା ଭରଣା କରିବା ସହ ଚାଷ କାମ ଆଗକୁ ଯିବ ବୋଲି ସେକହିଛନ୍ତି । ଆସନ୍ତାକାଲି ଯାଏଁ ବର୍ଷା ରହିବ, ଏହାପରେ ବର୍ଷା କମିବ ।