କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ଗଙ୍ଗାରାମପୁର ପଂଚାୟତର ଜୟସିଂହପୁର ଗ୍ରାମରେ ଜମିବାଡି ବିବାଦକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ମାଲି ମକଦ୍ଦମା ଚାଲିବା ଫଳରେ ଆର୍ଥିକ ଦୁର୍ବଳ ଗୋଟିଏ ପକ୍ଷ ନିଜ ଭିଟାମାଟି ଉପରେ ଥିବା ଘର ଛପର କରିପାରୁ ନଥିବା ଦେଖିବାକୁ ମିଳୁଛି । ଫଳରେ ଭଙ୍ଗା ଦଦରା ଘରେ ଜରିପାଲ ପକାଇ ସେହି ଗ୍ରାମର ସୁରେଶ ଗାହାଣ ନିଜ ପରିବାର ସହ ଜୀବନ ବିତାଉଛନ୍ତି । ଦୈନିକ ଏହି ପରିବାର ଜିଲ୍ଲା କାର୍ଯ୍ୟାଳୟକୁ ଆସି ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ପ୍ରମୁଖଙ୍କୁ ଗୁହାରୀ କରୁଥିବା ଦେଖିବାକୁ ମିଳୁଛି ।