ଭୁବନେଶ୍ୱର: ଶେଷରେ ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ ବିଧାନସଭା ଗୃହ ବିବରଣୀରୁ ବାଦ୍ ପଡ଼ିଛି। ମେଣ୍ଟାଲ ଡିଜଅର୍ଡର ଶବ୍ଦକୁ ବାଦ୍ ଦେବା ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ଶନିବାର ଗୃହରେ ଘୋଷଣା କରିଛନ୍ତି।
ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ନୟାଗଡ ବିଧାୟକ ଅରୁଣ ସାହୁ ଗତ ୨୮ ତାରିଖରେ ବିଧାନସଭା ଗୃହରେ ଏହି ଶବ୍ଦ ବ୍ୟବହାର କରିଥିଲେ। ଶ୍ରୀ ସାହୁ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରି ଏହି ଶବ୍ଦ ବ୍ୟବହାର କରିଥିଲେ। ତେବେ ଆଜି ବିଧାନସଭା ଗୃହ ବିବରଣୀରୁ ଏହି ଶବ୍ଦକୁ ବାଦ୍ ଦେବାକୁ ବାଚସ୍ପତି ଘୋଷଣା କରିଛନ୍ତି।
ଦେଲେ ବିରୋଧୀ ଦଳ ନେତା ଜୟ ନାରୟଣ ମିଶ୍ର ଏହି ଶବ୍ଦକୁ ଗୃହର ବିବରଣୀରୁ ବାଦ ଦେଇଥିବାରୁ ବାଚସ୍ପତିଙ୍କୁ ଧନ୍ୟବାଦ ଦେବା ସହ କହିଥିଲେ ଯେ ଏହା ଯଥେଷ୍ଟ ନୁହେଁ । ଏହି ମାମଲାରେ ନୟାଗଡ ବିଧାୟକ ଏଥିପାଇଁ କ୍ଷମା ମାଗିବା କଥା | ଏହାସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦୁଇ ବିଜେପି ବିଧାୟକଙ୍କ ଉପରୁ କିଛି ସର୍ତ୍ତ ନ ରଖି ନିଲମ୍ବନ ଉଠାଇବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ଦୁଇ ବିଧାୟକଙ୍କ ଉପରେ ବିବେକ ଉପରେ ଛାଡ଼ି ଦେବାକୁ ଜୟ ନାରାୟଣ ମିଶ୍ର ବାଚସ୍ପତି ଆଗରେ ଅନୁରୋଧ କରିଥିଲେ । ଅନ୍ୟ ପକ୍ଷରେ ବାଚସ୍ପତି ଏହାକୁ ବିଚାର କରିବେ ବୋଲି କହିଥିଲେ ।