ବଲାଙ୍ଗିର : ବଲାଙ୍ଗିର ଶିକ୍ଷା ବିଭାଗର ଚାଲିଥିବା ଅନେକ ଗୁଡିଏ ଦୁର୍ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଛିନ୍ତି ଭି ଆଇ ପି ପାର୍ଟି ର ପ୍ରଦେଶ ଅଧ୍ୟକ୍ଷ ଡ . ବିପିନ କୁସଲିଆ l ଦୀର୍ଘ ବର୍ଷ ହେଲା ଡି ଇ ଓ ଧ୍ରୁବ ଚରଣ ବେହେରା ବଲାଙ୍ଗିର ଜିଲ୍ଲାରେ ନିଜର ଦୁର୍ନୀତିର ସାମ୍ରାଜ୍ଯ ବଢାଇ ଚାଲିଛନ୍ତି l ଡି ଇ ଓ ନିଜର ବେନିୟମ କାମ ସମ୍ପର୍କରେ ବିଭିନ୍ନ ଗଣମାଧ୍ଯମରେ ଖବର ପ୍ରକାଶିତ ମଧ୍ଯ ହୋଇ ସାରିଛି l ତେବେ କାହାକୁ ଭୃକ୍ଷେପ କରି ଡି ଇ ଓ ମହାଶୟ ବଲାଙ୍ଗିର ଜିଲ୍ଲାରେ ନିଜର ଏକଛତ୍ରବାଦୀ ଶାସନ ଚଳାଇ ଆସିଛନ୍ତି ବୋଲି ଭି ଆଇ ପି ପାର୍ଟି ର ବିପିନ କୁସଲିଆ କହିଚ୍ଛନ୍ତି l ଏହାକୁ ବିରୋଧ କରି ଗତକାଲି ଶ୍ରୀ କୂସଳିଆ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣାରେ ବସି ଥିଲେ l ତେଣୁ ଦୁର୍ନୀତିଗ୍ରସ୍ତ ଏହି ଅଫିସର୍ ଙ୍କୁ ତୁରନ୍ତ ବଲାଙ୍ଗିର ଜିଲ୍ଲାରୁ ଅନ୍ୟତ୍ର ବଦଳି କରିବା ତଥା ଶିକ୍ଷା ବିଭାଗରେ ଚାଲିଥିବା ସମସ୍ତ ଦୁର୍ନୀତି ର ପର୍ଦ୍ଦାଫାସ କରିବାକୁ ଶ୍ରୀ କୁସଲିଆ ଦାବି କରିଛନ୍ତି l