ରାଉରକେଲା : ମନ୍ତ୍ରୀ ସାରଦା ବାବୁ କେବଳ ବେପାର ଯାଗାରେ ବ୍ୟସ୍ତ, ଖଣିଖାଦାନ ଆଦି ଉପରେଅଧିକ ନଜର, ବିରୋଧୀଙ୍କ ସହ ସଲାସୁତରା କରି ଏହି ସବୁ କାରବାରରେ ବ୍ୟସ୍ତ ରହିବା ସହ ଜିଲ୍ଲାରେ ନବୀନଙ୍କ ଯାଗାରେ ଆରମ୍ଭ କରିଛନ୍ତି ସାରଦା ସେନା କରିଛନ୍ତି, ଏହାକୁ ସମର୍ଥନ କରୁଛନ୍ତି ମନ୍ତ୍ରୀ ପ୍ରୀତିରଂଜନ ଘଡେଇ, ଫଳରେ ଜିଲ୍ଲାରେ ବିଜେଡି ସଂଦଠନ ଦିଗହରା ହେବାରେ ଲାଗିଛି ବୋଲି ନିଲମ୍ବିତ ଯୁବ ନେତା ରବିନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ କହିଛନ୍ତି ସେ ଜଣେ ଶୃଂଖଳିତ ଦଳୀୟ କର୍ମୀ, ଦଳର ନୀତି ନିୟମକୁ ପାଳନ କରି ନବୀନଙ୍କୁ ସମ୍ମାନ ଦେଇ ସେ ଦଳ ଲାଗି କାମ କରନ୍ତି, କିନ୍ତୁ କେତେକ କୁଚକ୍ରୀ ଗୋଷ୍ଟି ତାଙ୍କ ବିରୋଧରେ ଷଡଯନ୍ତ୍ର କରି ତାଙ୍କିୁ ନିଲମ୍ବିତ କରିଛନ୍ତି , ସେ ଏହାକୁ ସମ୍ମାନ ର ସହ ଗ୍ରହଣ କରିଛନ୍ତି. କୌଣସି ଦଳକୁ ତାଙ୍କର ଜିବାର ନାହିଁ ନବୀନଙ୍କ ନୀତି ଆଦର୍ଶକୁ ନେଇ କାମ କରିବେ ।ସେ ଆହୁରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଯେ, ଜିଲ୍ଲାରେ ସାରଦା ବାବୁ ନବୀନ ସେନା ବଦଳରେ ସବୁ ନିର୍ବାଚନ ମଣ୍ଡଳୀରେ ସାରଦା ସେନା ଗଠନ କରିଛନ୍ତି ଓ ଏହାରି ମାଧ୍ୟମରେ ଦଳରେ ଫାଟ ସୃଷ୍ଟି କରୁଛନ୍ତି । ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ଏକ ଜ୍ୱଳନ୍ତ ଉଦାହରଣ ଏନେଇ ବରିଷ୍ଠ ନେତା ପୁର୍ବତନ ମନ୍ତ୍ରୀ ବିଜୁବାବୁ ଙ୍କ ଅମଳରେ ନେତା ମଙ୍ଗଳା ବାବୁଙ୍କୁ ଏହା ପଚରାଯାଇପାରେ ।ରାଉରକେଲା ହେଉ କିମ୍ବା ଜିଲ୍ଲାର ଅନ୍ୟସ୍ଥାନ ଯିଏ ସାରଦା ଜିନ୍ଦାବାଦ ନକଲା ତାଙ୍କୁ ବିଜେଡିରୁ କିଭଳି ଅଲଗା କରାଜିବ ସେ ନେଇ ସେ ବ୍ୟସ୍ତ ରହି ଦଳୀୟ ସଙ୍ଗଠନକୁ ନଷ୍ଟ କରୁଛନ୍ତି ଳରେ ଜିଲ୍ଲାରେ ଦଳ ଦୁର୍ବଳ ହେଉଛି ।ଖଣି ପାଣି ମାମଲାରେ ବିରୋଧୀ ଦଳର କୌଣସି ବଜରଂଗ ବାବୁଙ୍କ ସହ ମିଶି ସାରଦା ବାବୁ ବେପାର ଚଳାଇବା ସହ ଜିଲ୍ଲା ଓ ରାଜ୍ୟର ସ୍ୱାର୍ଥକୁ ଭୁଲିଯାଇଛନ୍ତି । ଏସବୁରେ ମନ୍ତ୍ରୀ ପ୍ରୀତିରଂଜନ ବାବୁ ତାଙ୍କୁ ସହ ଯୋଗ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଖାଲି ଏତିକି ନୁହେଁ ସାଂସଦ ନିର୍ବାଚନ ବେଳେ ବିଜେଡି ପ୍ରାର୍ଥୀ ସୁନିତା ଙ୍କ ବିରୋଦରେ ମଧ୍ୟ ସାରଦା ବାବୁ ଷଡଯନ୍ତ୍ର କରିଥିଲେ, ଗତ ରାଜ୍ୟ କୋଅପରେଟିଭ ନିର୍ବାଚନ ବେଳେ ସେ ନିଜେ ବିଜେଡି ପ୍ରାର୍ଥ ହୋଇଥିବା ବେଳେ, ତାଙ୍କୁ ସମର୍ଥନ ନକରି ସେ ଅନ୍ୟ ମାନଙ୍କୁ ସମର୍ଥନ କରି ପ୍ରଚାର କରିଥିଲେ,ଫଳରେ ସେ ହାରିଥିଲେ ଓ ବିଜେଡି ବୋଲି କିଛି ପରିଚୟ ନଥିବା ଲୋକ ଜିତିଲେ । ଏଭଳି ସ୍ଥିତିରେ ରାଜ୍ୟ ନେତୃତ୍ୱ ମନ୍ତ୍ରୀ ସାରଦା ଙ୍କ ସଂପର୍କରେ ଅତିତ ଇତିହାସକୁ ଦୃଷ୍ଟିରେ ରଖି ବିଚାର କରିବା ସହ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ପ୍ରୀତିରଂଜନଙ୍କୁ ହଟାଯିବାର ଅବଶ୍ୟକତା ରହିଛି ନଚେତ ଏହା ଦଳ ଲାଗି ଆଗାମୀ ଦିନରେ କ୍ଷତିର କାରଣ ହେବ ବୋଲି ସେ ମତ ଦେଇଛନ୍ତି ।