ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ଆଇନଗତ ମାନ୍ୟତା ଦେବା ମାମଲାରେ ମଙ୍ଗଳବାର ଦିନ ରାୟ ଶୁଣାଇବେ । ଚିଫ୍ ଜଷ୍ଟିସ୍ ଡିବାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣ ସଦସ୍ୟ ବିଶିଷ୍ଟ ସମ୍ବିଧାନ ଖଣ୍ଡପୀଠ ଏହି ଐତିହାସିକ ଏବଂ ଚର୍ଚିତ ମାମଲାରେ ପ୍ରଥମେ ମେ ମାସ ୧୧ ତାରିଖରେ ଫଇସଲା କୁ ସଂରକ୍ଷିତ ରଖିଥିଲେ ।